OnaKhabar

ଏଲଓସି ନିକଟବର୍ତ୍ତୀ ସବୁ ସ୍କୁଲ କଲେଜ, ପରୀକ୍ଷା ବନ୍ଦ

67

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଏଲଓସି ପାଖାପାଖି ଥିବା ସମସ୍ତ ସ୍କୁଲ, କଲେଜ ସୁରକ୍ଷାଦୃଷ୍ଟିରୁ ଆଜି ବନ୍ଦ ଘୋଷଣା କରାଯାଇଛି । ସାମ୍ବାଜିଲ୍ଲା ନିକଟବର୍ତ୍ତୀ ସ୍କୁଲ କଲେଜଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି । ଜାମ୍ମୁ-କାଶ୍ମୀରରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକଙ୍କ ଘୋଷଣା ଅନୁସାରେ ଫେବୃଆରୀ ୨୮ ଅର୍ଥାତ ଆଜି ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପୁନଃ ପ୍ରକାଶ ପାଇଲା ପରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ବୋଲି ସେ କହିଛନ୍ତି । ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି । ବର୍ତ୍ତମାନ ସୀମାରେଖା ନିକଟରେ ସ୍ଥିତି ଉତ୍ତେଜନା ରହିଛି ।

https://www.onakhabar.com/pakisthabn-release-photo-and-vedio-indian-solder-with-arrested-by-there-police