OnaKhabar

ଭାରତ ପାକିସ୍ତାନ ମଧ୍ୟରେ ଚଳାଚଳ ହେଉଥିବା ଏକ ମାତ୍ର ଟ୍ରେନକୁ ବନ୍ଦ କଲା ପାକିସ୍ତାନ

68

ନୂଆଦିଲ୍ଲୀ : ଏବେ ସୂଚନା ଆସୁଛିକି ଭାରତ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ଏକ ମାତ୍ର ରେଳ ସେବାକୁ ପାକିସ୍ତାନ ବନ୍ଦ କରିଦେଇଛି ।ଏହି ଟ୍ରେନଟି ସୋମବାର ଏବଂ ଗୁରୁବାର ଦିନ ଭାରତ ପାକିସ୍ତାନ ମଧ୍ୟରେ ଚଳାଚଳ କରେ ।ହେଲେ ଏଇ ଗୁରୁବାର ଏନେଇ ପାକିସ୍ତାନ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସପ୍ତାହକୁ ମାତ୍ର ଦୁଇ ଥର ଚଳପ୍ରଚଳ କରୁଥିବା ସମଝୌତା ଏକ୍ସପ୍ରେସ ଲାହୋର ଠାରେ ଏବେ ଯାଏଁ ଅଟକି ରହିଥିବା ସୂଚନା ମିଳିଛି ।
ପୁଲୱାମା ଆକ୍ରମଣ ପରେ ଭାରତର ଗୋଟିଏ ପରେ ଗୋଟିଏ କହା ପଦକ୍ଷେପ ନେଉଥିବା ବେଳେ ଏହି ଗୁରୁବାର ପାକିସ୍ତାନ ଏଭଳି ନିଷ୍ପତି ନେଇଛି । ପୂର୍ବରୁ ନିର୍ଦ୍ଧାରିତ ସମୟ ଅନୁସାରେ ରେଳ ସେବା ରହିବ ବୋଲି ବୁଧବାର ଭାରତ ପକ୍ଷରୁ କୁହାଯାଇଥିଲା । ଆଜି ସକାଳ ୮ଟାରେ ୧୬ ଯାତ୍ରୀଙ୍କୁ ନେଇ ଏହି ଟ୍ରେନ ପାକିସ୍ତାର କରାଚି ଠାରୁ ନିଜ ଯାତ୍ରା ମଧ୍ୟ ଆରମ୍ଭ କରିଥିଲା । ହେଲେ ତା ପରେ ପାକିସ୍ତାନ ରେଳ ବିଭାଗ କତ୍ତୃପକ୍ଷ ଏହି ଟ୍ରେନକୁ ଲାହୋର ଠାରେ ଅଟକାଇ ରଖିଛନ୍ତି । ସେଠାରେ ଯାତ୍ରୀମାନଙ୍କୁ ମଧ୍ୟ ଅଟକାଇ ରଖାଯାଇଥିବାର ଜଣାପଡିଛି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନ ହେବା ଯାଏଁ ସମଝୌତା ଏକ୍ସପ୍ରେସ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ ୧୯୭୧ ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ପରେ ୨୨ ଜୁଲାଇ ୧୯୭୬ରେ ପାକିସ୍ତାନ ଓ ଭାରତ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା । ‘ସମଝୌତା’ ବା ବୁଝାମଣାରୁ ହିଁ ଏହି ଟ୍ରେନର ନାମ ସମଝୌତା ଏକ୍ସପ୍ରେସ ରଖାଯାଇଥିଲା ।

https://www.onakhabar.com/school-college-and-exam-stop-in-jammu-and-kashmir/