OnaKhabar

ସୀମାରେ ଗୁଳିବର୍ଷା: ପାକିସ୍ତାନ ଛାନିଆ

90

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ଏୟାର ଷ୍ଟ୍ରାଇକ କରିବା ପରେ ୩୫୦ ଆତଙ୍କୀ ମୃତ୍ୟୁରେ ପାକିସ୍ତାନର ପୁରା ଛାନିଆ ହୋଇଯାଇଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ଉସକାଇ ଭାରତ ଉପରେ ଆକ୍ରମଣକରିବାକୁ ଯୋଜନା କରିଥିଲା କିନ୍ତୁ ସବୁ ଫେଲ ମାରିଲା । ଏବେ ଦୁଇଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । କାଲି ରାତିରେ ଭାରତ ସୀମାକୁ ପଶିବାକୁ ଉଦ୍ୟମ କରିଥିଲେ ୫ ଜଣ ଆତଙ୍କୀ । କିନ୍ତୁ ଭାରତୀୟ ଯବାନ ତାର ଜବାବରେ ତାହା ଫେଲ ମାରିଛି ।
ଆକାଶମାର୍ଗରେ ପାକିସ୍ତାନୀ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିଥିବା ଉଦ୍ୟମକୁ ସୁରକ୍ଷାକର୍ମୀମାନେ ଭଣ୍ଡୁର କରି ଦେଇଛି । ଆକଶମାର୍ଗରେ ପାସ୍ତାନୀ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିଥିବା ଉଦ୍ୟମକୁ ସୁରକ୍ଷାକର୍ମୀମାନେ ଭଣ୍ଡୁର କରିଦେଇଛି । ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଗୋଟିଏ ଏଫ-୧୬ ଜେଟ ଖସି ପଡ଼ିଛି । ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ଭାରତ ଏକ ମିଗ-୨୧ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଦାବି କରିବା ସହ ଜଣେ ପାଇଲଟଙ୍କୁ ଗିରଫ କରିଛି । ଏସବୁ ଘଟଣାକୁ ନେଇ ଏବେ ଉଭୟ ଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।