OnaKhabar

କାରଗିଲ ଯୁଦ୍ଧବେଳେ ପାକିସ୍ତାନରେ ବନ୍ଦୀ ହୋଇଥିଲେ ନଚିକେତା, କିପରି ହେଲେ ମୁକ୍ତ ଜାଣନ୍ତୁ ଏହି ଖବରରେ….

96

: ଦିର୍ଘ ୨୦ ବର୍ଷ ହୋଇଯିବ କାରଗିଲ ଯୁଦ୍ଧ କୁ । ହେଲେ ତାର ପ୍ରକୋପ ଏବେବି ଲିଭିନି ମନରୁ । ଲାଗୁଛି ଯେମିତି ବୁନରାବୃତି ଘଟିଛି ସେହି ଘଟଣାର । କାରଣ ସେତେବେଳେ ଜଣେ ଭାରତୀୟ ପାଇଲଟ ନଚିକେତାଙ୍କୁ ଭୋଗିବାକୁ ପଡିଥିଲା ପାକିସ୍ତାନ ବନ୍ଦୀ କରି ନେଇଯାଇଥିଲା । ଯେଉଁଭଳି ଭାବରେ ଏବେ ସେହିଭଳି ଭୋଗୁଛନ୍ତି ମିଗ କମାଣ୍ଡର ଅଭିନନ୍ଦନ । ସେତେବେଳେ ନଚିକେତା ୭ ଦିନ ଧରି ପାକିସ୍ତାନୀଙ୍କ ପାଖରେ ବନ୍ଦୀ ହୋଇ ରହିଥିଲେ ।
ତେବେ ଅସନ୍ତୁ ଜାଣିବା କିଭଳି ୨୦ ବର୍ଷ ପୁର୍ବରୁ ପାକିସ୍ତାନରୁ ଆଇଏଫ କ୍ୟାପଟେନ ନଚିକେତା ସ୍ୱଦେଶ ଫେରିଥିଲେ ।
୧୯୯୯ ମସିହା ଜୁନ ମାସ ୩ତାରିଖରେ କାରଗିଲ ଯୁଦ୍ଧରେ ଆଇଏଫର ଯବାନ ନଚିକେତାଙ୍କୁ ଅପରେସନ ସଫେଦ ସାଗର ରେ ଏମଆଇଜି ୨୭ ଉଡାଇବାର ଦାୟିତ୍ୱ ଦିଆଯାଇଥିଲା । ସେଥିରେ ତିବ୍ର ଗତିରେ ନଚିକେତା ୧୭ହଜରା ଫୁଟରେ ରକେଟ ଉଡାଇବାରରେ ସଫଳ ହୋଇଥିଲେ ନଚିକେତା । କିନ୍ତୁ ମଝିରେ ରକେଟ ଇଂଜିନ ଖରାପ ହୋଇଥିବାରୁ ଏମଆଇଜି ୨୭ କ୍ରାଶ କରିଯାଇଥିଲା । ଫଳରେ ପାକିସ୍ତାନ ନଚିକେତାଙ୍କୁ ନିଜ କବଜାକୁ ନେଇ ବନ୍ଦୀ କରିନେଇଥିଲା । ତାପରେ ନଚିକେତାଙ୍କୁ ସେଠି ବହୁତ ଅସୁବିଧାର ସମ୍ନା କରିବାକୁ ପଡିଥିଲା । ସେଠି ତାଙ୍କୁ ପାକିସ୍ତାନୀ ମାରପିଟ କରିବା ସହ ବହୁ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ । ଏବଂ ମାନସିକ ଓ ଶରିରୀକ କଷ୍ଟ ଦେଇ ହଇରାଣ ବି ବହୁତ କରୁଥିଲେ ।ନଚିକେତା କହିଥିଲେ ଯେ ପାକିସ୍ତାନୀ ମାରପିଟ କରି ଖାଲି ତାଙ୍କଠୁ ଭାରତୀୟ ସେନାଙ୍କ ବିଷୟରେ ସୂଚନା ପଚରାଉଚରା କରୁଥିଲେ ।
ସୂଚନାନୁଯାୟୀ ନଚିକେତାଙ୍କ ମୁକ୍ତ ହେବା ପଛରେ ସେତେବେଳେ ପାକିସ୍ତାନରେ ଅବସ୍ଥାପିତ ଭାରତର ହାଇକମିଶନର ପାର୍ଥସାରଥିଙ୍କର ବିଶେଷ ଭୂମିକା ରହିଥିଲା । ପାର୍ଥସାରଥିଙ୍କୁ ବୈଦେଶିକ ମନ୍ତ୍ରୀ ରାଜ୍ୟ ପକ୍ଷରୁ କେବଳ ଏତିକି କୁହାଯାଇଥିଲା ଯେ, ଯେମିତି ହେଲେ ଭାରତୀୟ ପାଇଳଟଙ୍କୁ ଫେରାଇଆଣିବାକୁ ହେବ । ଏହା ପରେ ପାର୍ଥସାରଥୀ ନିଜ ଉଦ୍ୟମ ଆରମ୍ଭ କରିଥିଲେ ।
ଶେଷରେ ପାକିସ୍ତାନର ପୂର୍ବତନ ପ୍ରଧାନ ମନ୍ତ୍ରୀ ନୱାଜ ଶରିଫ ନଚିକେତାଙ୍କୁ ମୁକ୍ତି କରିବାକୁ ନେଇ ଘୋଷଣା କରିଥିଲେ । ତା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ କାର୍ଯ୍ୟାଳୟରେ ଏ ନେଇ ଏକ ସମ୍ବାଦିକ ସମ୍ମୀଳନୀର ମଧ୍ୟ ଆୟୋଜନ କରାଯାଇଥିଲା ।
ତେବେ ସେଠାକୁ ଯିବା ପାଇଁ ପାର୍ଥସାରଥି ମନା କରିଦେଇଥିଲେ । ପାକିସ୍ତାନ ସେଠାରେ ନିଜର ବଡ ପଣିଆ ଦେଖାଇ ଭାରତୀୟ ବାୟୁସେନାର ପାଇଲଟଙ୍କୁ ମୁକ୍ତ କରୁଛି ବୋଲି ପ୍ରଚାର କରିଥିଲା । କିନ୍ତୁ ଏନେଇ ପାର୍ଥସାରଥିଙ୍କ କହିବା ଅନୁଯାୟୀ ସେ ଯଦି ସେ ଦିନ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀକୁ ଯାଇଥାନ୍ତେ ତେବେ ଆମ ଦେଶର ପାଇଲଟଙ୍କର ପାକିସ୍ତାନୀ ମାନେ ପରିହାସ କରିଥାନ୍ତେ ।

https://www.onakhabar.com/pakisthabn-release-photo-and-vedio-indian-solder-with-arrested-by-there-police/