OnaKhabar

କାଳବୈଶାଖୀ ସମ୍ଭାବନା, ସତର୍କ ରହିବାକୁ ପରାମର୍ଶ

84

ଭୁବନେଶ୍ୱର: ଗତକାଲି ରାତିରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇଛି । ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ଜଣାପଡ଼ିଛି । ଆସନ୍ତାକାଲିଠାରୁ ପାଗ ସ୍ୱଭାବିକ ରହିବ ବୋଲି ଜଣାପଡ଼ିଛି । ଆଂଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ୧୨ଘଣ୍ଟା ମଧ୍ୟରେ କାଳବୈଶାଖୀ ସହ କୁଆପଥର ମାଡ଼ ହୋଇପାରେ । ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଅନୁଗୁଳ, କେନ୍ଦୁଝର ବାଲେଶ୍ୱର ଓ ମୟୂରଭଞ୍ଜ ଆଦି ଅଂଚଳରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ଅଛି ।

https://www.onakhabar.com/heavy-rain-2/