OnaKhabar

ଭୟାଭହ ଅଗ୍ନିକାଣ୍ଡରେ ୮ ବଖରା ଘର ଭସ୍ମୀଭୂତ

0 35

ସୁବର୍ଣ୍ଣପୁର : ଅଜି ଭୋରରୁ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ ।ଯେଉଁଥିରେ ୮ ବଖରା ଘର ଜଳି ପାଉଁଶ ହୋଇଯାଇଛି । ଏହି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ରେଙ୍ଗାଲି ପଞ୍ଚାୟତର ରାଏପାଲି ଗାଁରେ । ତେବେ ଏହି ଘଟଣା କେଉଁ କାରଣରୁ ଘଟିଲା ତାହା ଏଯାଏ ସ୍ପଷ୍ଠ ହୋଇନାହିଁ । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସର୍ଟ ସର୍କିଟ ଯୋଗୁ ହୋଇଥିବାର ଅନୁମାନ କରାଯାଉଛି ।
ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ମାତ୍ର ସେତେବେଳକୁ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇସାରିଥିଲା । ଖାଲିଆପାଲି ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି ବୋଲି ସୂଚନା ରହିଛି ।

https://www.onakhabar.com/fire-breaks-out-in-karanjia-one-ijuired/

Leave A Reply

Your email address will not be published.