OnaKhabar

ଅଲିଭ ରିଡଲି କଇଁଛଙ୍କ ଅଣ୍ଡାଦାନ, ଗୋଟିଏ ଦିନରେ ୩୦ ହଜାର କଇଁଛ ଆଣ୍ଡାଦାନ

69

କେନ୍ଦ୍ରାପଡ଼ା: ଅଲିଭ ରିଡଲି କଇଁଛଙ୍କ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି ଦ୍ୱୀପରେ ବୁଧବାରଠାରୁ ସମୁଦ୍ର ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ଗୋଟିଏ ଦିନରେ ୩୦ ହଜାର ମା’ କଇଁଛ ଗଭୀର ସମୁଦ୍ରର ଆସିି ବାବୁବାଲିରେ ଅଣ୍ଡାଦାନ କରିଛନ୍ତି । ମା’ କଇଁଛମାନେ ବେଳାଭୂମିରେ ୪ରୁ ୫ ଫୁଟ ଗଭୀରରେ ନିଜ ପାଦରେ ଗାତ ଖୋଳି ଅଣ୍ଡା ଦାନ କରୁଛନ୍ତି । ଗୋଟିଏ ମା’ କଇଁଛ ୮୦ରୁ ୧୦୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଉଛନ୍ତି । ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ କଇଁଛମାନଙ୍କ ସୁରକ୍ଷା ପାଇଁ ବନ ଅଧିକାରୀମାନେ ସେଠାରେ କ୍ୟାମ୍ପ କରି ରହିଛନ୍ତି । ଡିଏଫ୍ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଗହୀରମଥା ଅତିରିକ୍ତ ବନ ସଂରକ୍ଷକ ରାମପଦ ଅରବିନ୍ଦ ମିଶ୍ର, ବରିଷ୍ଠ ଏସିଏଫ୍ଓ ପ୍ରଦୋଷ ପଟ୍ଟନାୟକ, ହରେକୃଷ୍ଣ ମଲିକ, ବିଜୟ କୁମାର ପରିଡ଼ା, ଅମରେଶ ନାଥ ପ୍ରଧାନ ପ୍ରମୁଖ ଗହୀରମଥାରେ ବନ କର୍ମଚାରୀଙ୍କ ସହ ଉପସ୍ଥିତ ଥିଲେ ।