OnaKhabar

୫୦ ଶତକଡ଼ା ବଢ଼ିବ ଡିପ୍ଲୋମା ପାଠ୍ୟକ୍ରମ ଫି’

0 31

ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟରେ ଡିପ୍ଲୋମା ପାଠ୍ୟକ୍ରମ ଫି’ ବୃଦ୍ଧି ହେବ । ଉଭୟ ସରକାରୀ ଓ ଘରୋଇ ଡିପ୍ଲୋମା ଶିକ୍ଷାନୁଷ୍ଠାନଗୁଡ଼ିକରେ କୋର୍ସ ଫି’ ବଢ଼ିବ । ଉଭୟ ସରକାରୀ ଓ ଗରୋଇ ସ୍କୁଲରେ ଏହି ନାମଲେଖା ଫି’ ବୃଦ୍ଧି ଉପରେ ସମୀକ୍ଷା କରିବାକୁ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ନିଷ୍ପତ୍ତି ନେଇଛି । ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ କୋର୍ସ ଫି’ ୪୦ହଜାରରୁ ୪୫ ହଜାରକୁ ବୃଦ୍ଧି କରିବାକୁ ଦାବି ହେଉଛି । ସେହିପରି ସରକାରୀ ଅନୁଷ୍ଠାନଗୁଡ଼ିକରେ କୋର୍ସ ଫି’ କେତେ ବୃଦ୍ଧି ପାଇବ ତାହା ସ୍ପଷ୍ଟ ହୋଇନାହିଁ । ଡିପ୍ଲୋମା ସ୍କୁଲଗୁଡ଼ିକରେ ଦେୟ ଆଦାୟ ସମୀକ୍ଷା ସମ୍ପର୍କରେ ଆଲୋଚନା କରିବାକୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ଏନେଇ ଏକ ସମୀକ୍ଷା ବୈଠକ ବସିବ । ଉଭୟ ସରକାରୀ ଓ ଘରୋଇ ବୈଷୟିକ ସ୍କୁଲଗୁଡ଼ିକରେ କୋର୍ସ ଫି କେତେ ଲେଖାଏଁ ବଢ଼ିବ ତାହା ଧାର୍ଯ୍ୟ କରାଯିବ । ଫଳରେ ରାଜ୍ୟରେ ଡିପ୍ଲୋମା ପାଠ୍ୟକ୍ରମ ମହଙ୍ଗା ହେବ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ଡିପ୍ଲୋମା ସ୍କୁଲଗୁନିକରେ କୋର୍ସ ଫିକୁ ନେଇ ଅନେକ ବିବାଦ ସୃଷ୍ଟି ହେଉଛି । ସରକାରୀ ଅନୁଷ୍ଠାନଗୁଡ଼ିକରେ କୋର୍ସ ଫି ସର୍ବନିମ୍ନ ରହିଛି । ଅପରପକ୍ଷରେ ଘରୋଇ ସ୍କୁଲଗୁଡ଼ିକରେ ପୋର୍ସ ଫି’ ବୃଦ୍ଧି ହେଉନାହିଁ ଓ ଏହାଦ୍ୱାରା ସମସ୍ତ ଘରୋଇ ସ୍କୁଲ କର୍ତ୍ତୃପକ୍ଷ କ୍ଷତି ସହୁଛନ୍ତି ବୋଲି ଅଭିଯୋଗ ହେଉଛି ।
୩୫ଟି ସରକାରୀ କଲେଗୁଡ଼ିକରେ ମୋଟ ୮୦୦୫ ସିଟ ପୂରଣ ହେବା ପରେ ଘରୋଇ ସ୍କୁଲରେ ୮୫ ପ୍ରତିଶତରୁ ଅଧିକ ସିଟ ଖାଲି ପଡୁଛି । ୮୯ ଘରୋଇ ଇଂଜିନିୟରିଂ ସ୍କୁଲରେ ସିଟ ସଂଖ୍ୟା ପ୍ରାୟ ୩୭ ହଜାର ୪୪୦ । ୨୦୧୩ରେ ସରକାରୀ ଡିପ୍ଲୋମା ସ୍କୁଲ କୋର୍ସ ଫି ଲାଗି ୫୫୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ୨୦୧୫ରେ ଘରୋଇ ଅନୁଷ୍ଠାନଗୁଡ଼ିକରେ ୨୬ ହଜାର ୫୦୦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଘରୋଇ ଡିପ୍ଲୋମା ସ୍କୁଲର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସରକାରୀ ଓ ଘରୋଇ କଲେଜ ମଧ୍ୟରେ ଥିବା କୋର୍ସ ଫି ପାଇଁ ସମସ୍ୟା ହେଉଛି । ତାହାର କାରଣ ଘରୋଇ କଲେଜକୁ ସରକାର କୌଣସି ଅନୁଦାନ ଦିଅନ୍ତି ନାହିଁ । ଭିତ୍ତିଭୂମିଠାରୁ ଆରମ୍ଭ କରି ଅଧ୍ୟାପକଙ୍କ ଦରମା, ଆନୁଷଙ୍ଗିକ ବ୍ୟବସ୍ଥା ଆଦି ଯୋଗାଇଦେବା ବାବଦକୁ ବହୁ ଅର୍ଥ ବ୍ୟୟ ହୋଇଥାଏ । ଘରୋଇ ସ୍କୁଲରେ ପ୍ରତ୍ୟେକ ଅଧ୍ୟାପକ, ଅଧ୍ୟାପିକାଙ୍କ ଦରମା ମାସକୁ ପ୍ରାୟ ୨୫ ହଜାରରୁ ଅଧିକ । ଘରୋଇ କଲେଜ କୋର୍ସ ଫି ପ୍ରାୟ ୨୫ ହଜାରରୁ ୩୫ ହଜାର ମଧ୍ୟରେ ରହୁଛି । କଲେଜଗୁଡ଼ିକ ଭିତ୍ତିଭୂମି ଓ ଶିକ୍ଷାଦାନ ବ୍ୟବସ୍ଥା ଅନୁଯାୟୀ ପିଲାଙ୍କଠାରୁ ସେହି ଅନୁପାତରେ ଫି’ ଆଦାୟ ହୋଇଥାଏ । ଏଭଳି ସମସ୍ୟା ସମ୍ପର୍କରେ ବହୁବାର ସରକାରଙ୍କ ସହ ଆଲୋଚନା କରିଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

Leave A Reply

Your email address will not be published.