OnaKhabar

ସପ୍ତାହରେ ୧୦୦ କୋଟି ଛୁଇବ ‘ଟୋଟାଲ ଧମାଲ’

79

ମୁମ୍ବାଇ : ଅନେକ ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ଅଭିନୀତ ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରୀ ରଖିଛି । ଗତ ଫେବୃଆରୀରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଞ୍ଚ ଦିନରେ ୮୦ କୋଟି ପାର କରିପାରିଛି । ସେହିପରି ଷଷ୍ଠ ଦିନରେ ୧୦୦ କୋଟିର ନିକଟତର ହୋଇପାରିଛି ।
ସୂଚନାନୁଯାୟୀ ଆଜି ମାନେ ଷଷ୍ଠ ଦିନରେ ଏହି ଚଳଚ୍ଚିତ୍ରଟି ପ୍ରାୟ ୭କୋଟି ଟଙ୍କା ଆୟ କରିଛି । ତେବେ ସବୁ କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଖିବାକୁ ଗଲେ ୮୮ କୋଟି ଟଙ୍କା ରହିଛି । ଏହାକୁ ନେଇ ଟ୍ରେଡ଼ ଆନାଲିଷ୍ଟ ଆଦର୍ଶ କହିଛନ୍ତି ପ୍ରଥମ ସପ୍ତାହରେ ଏଭଳି ଆୟ ଦେଖାଇଲାଣି ମାନେ ଏହା ଅର୍ଥ ଏହି ସପ୍ତାହ ଶେଷ ସୁଦ୍ଧା ଚଳଚ୍ଚିତ୍ର ୯୨ କୋଟି ଆୟ କରିବାର ବହୁତ ସହଯରେ ଆଶା କରାଯାଉଛି । ଏଥି ସହିତ ଦେଖିବାକୁ ଗାଲେ ଦ୍ୱିତୀୟ ସପ୍ତାହରେ ଟୋଟାଲ ଧମାଲ ସହଜରେ ୧୦୦ କୋଟି ପାର କରିପାରିବ ବୋଲି କୁହାଯାଉଛି ।

https://www.onakhabar.com/kriti-sanon-speak-about-leave-in-relationship/