OnaKhabar

ଭାରତ ବାୟୁସୀମା ଅତିକ୍ରମ କଲା ପାକିସ୍ତାନୀ ବିମାନ: ସୀମାରେ ହାଇ ଆଲର୍ଟ

0 11

ଜାମୁ-କାଶ୍ମୀର : ଭାରତୀୟ ସୀମାରେ ପଶି ପାକିସ୍ତାନ ବିମାନ ପଶି ଫେରିଯାଇଛି । ଜାମୁ-କାଶ୍ମୀର ନୌସେରା ସେକ୍ଟରରେ ଭାରତୀୟ ସୀମା ଉଲଂଘନ କରି ପଶିଲାଥିଲା ପାକ୍ ବିମାନ । ଭାରତୀୟ ବାୟୁସେନା ସୀମାରୁ ପାକିସ୍ତାନୀ ବିମାନକୁ ତଡି ବାହାର କରିଦେଇଛି । ଫଳରେ ଭାରତୀୟ ବାୟୁସେନାର ଜବାବୀ ହମଲା ପରେ ଫେରିଗଲା ପାକିସ୍ତାନର ବାୟୁସେନା ବିମାନ । ଲମ୍ମୁ କାଶ୍ମୀରର ନୌଶେରାରେ ପାକିସ୍ତାନ ବିମାନ ପଶି ଆସି ପୁଂଛ ଏବଂ ରାଜୌରୀ ଅଂଚଳରେ ବମ ପକାଇଛି ବୋଲି ଖବର ମିଳିଛି । ତେବେ ଭାରତୀୟ ବାୟୁସେନା ପାକିସ୍ତାନ ଫାଇଟର ଜେଟକୁ ଭଗେଇ ଦେଇଛି । ଏଥିରେ ଭାରତର କୌଣସୀ କ୍ଷତି ହୋଇ ନାହିଁ । ସେନାର ଆକ୍ସନ ପରେ ପିଓକେ ଫେରିଯାଇଥିବା ସୂଚନା ମିଳିଛି ।
ଏକ ନ୍ୟୁଜ୍ ଏଜେନ୍ସୀର ସୂଚନା ଅନୁସାରେ ପାକିସ୍ତାନୀ ବିମାନ ଭାରତୀୟ ସୀମାରେ ବମ୍ ମଧ୍ୟ ପକାଇଛି ।
ଭାରତୀୟ ବାୟୁସେନା ଦ୍ବାରା ଏୟାର ଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି । ଭାରତର ପ୍ରତି ଜବାବ ପରେ ବିଳବିଳେଇ ଯାଇଛି ପାକିସ୍ତାନ । ଫଳରେ ଏଲଓସିରେ ଅସ୍ତ୍ର ବିରତି ଉଲଂଘନ କରିଛି ପାକିସ୍ତାନ । ଭାରତୀୟ ସେନା ଏବଂ ପାକ୍ ସେନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

Leave A Reply

Your email address will not be published.