OnaKhabar

କ୍ରୀତି ସାନନ : ‘ଲିଭ ଇନ ରିଲେଶନ’ କିଛି ଭୁଲ ନୂହେଁ!ଜାଣନ୍ତୁ ଏହି ଖବରରେ…

94

ମୁମ୍ବାଇ:ବଲିଉଡରେ କ୍ରିତି ସାନନଙ୍କ ଏବେ ନୂଆ ଫିଲ୍ମି ରିଲିଜ ହୋଇଛି । ଯାହାର ନା ‘ଲୁକା ଛୁପି’ ଏହା ଏକ ଲିଭ ଇନ ରିଲେଶନସିପରେ ରହୁଥିବା ଏକ ଫ୍ୟାମିଲି ଡ୍ରାମା ଉପରେ ଆଧାରିତ । ଏଭଳି ଏକ ଫିଲ୍ମ ଲୋକେ ଲିଭ ଇନ ରେ ରହୁଥିବା ବ୍ୟକ୍ତିଙ୍କୁ ଲୋକେ କିପରି ଖରାପ ନଜରରେ ଦେଖୁଥିବା ତାଙ୍କୁ ବିଲକୁଲ ପସନ୍ଦ ଆସୁନାହିଁ ।ସେ ଏହାକୁ ନେଇ ଖୋଲାଖୋଲି କହିଛନ୍ତି କି ବିବାହ ପୁର୍ବରୁ ଲିଭ ଇନ ରିଲେଶନରେ ରହିବା କିଛି ଖରାପ ନୂହେଁ ।ଏହି ସଂପର୍କ ଦୁଇଟି ମଣିଷ ଭିତରେ ପରିଚୟ ଓ ଅନୁକୁଳତା ସୃଷ୍ଟିକରେ । ଏଥିରେ ଆମେ ସହଜରେ ପରସ୍ପରକୁ ବୁଝିପାରୁ ଏବଂ କାହାର କଣ ପସନ୍ଦ ନା ନପନ୍ଦ ଜାଣିପାରୁ ଯେଉଁଟାକି ଆଗକୁ ବହୁତ ଦରକାର ପଡେ । । ଯଦି ,ସବୁ ନଯାଣି ବିବାହ କରିଥାଉ ତାହେଲେ ଅଗକୁ ଯଦି କୌଣସି ପ୍ରକାରର ମତଭେଦ ସୃଷ୍ଟି ହୋଇଥାଏ ତେବେ ସୁନ୍ଦର ସଂସାରଟିଏ ଭାଙ୍ଗି ଚୁରମାର ହୋଇଯିବାର ସମ୍ଭାବନା ରହିଛି ।
ସେ ଏୟା ମଧ୍ୟ କୁହନ୍ତି ବିବାହ ହେଉଛି ଏକ ସୁନ୍ଦର ସମ୍ପର୍କ ଏହାକୁ ମୁଁ ବହୁତ ମାତ୍ରାରେ ଗୁରୁତ୍ୟ ଦିଏ । କିନ୍ତୁ ଏଥିସହ ବିବାହ ପୁର୍ବରୁ ଲିଭ ଇନକୁ ବି ଗୁରୁତ୍ୱ ଦେବା ଉଚିତ ବୋଲି କହିଛନ୍ତି କ୍ରିତି । ଫିଲ୍ମରେ ଏଭଳି କାହାଣିର ଅଂଶ ପାଲଟି ସେ ସମାଜହ ଦୃଷ୍ଟିଭଙ୍ଗି ପରିବର୍ତ୍ତନ କରିବାକୁ ଆଶ ରଖିଛନ୍ତି ।
ଏହି ଫିଲ୍ମଟିର କାହାଣୀ ଏମଂ ସମାଜକୁ ପ୍ରେରିତ ଶିକ୍ଷାକୁ ସେମାନେ ହୃଦୟଙ୍ଗମ କରିବେ ବୋଲି କ୍ରୀତି ଦୃଢ଼ବିଶ୍ୱାସ ପ୍ରକଟ କରିଛନ୍ତି ।

https://www.onakhabar.com/sonakshi-sinha-in-froud-case/