OnaKhabar

ନିଶା ପାଇଁ ହତ୍ୟା:ମା’କୁ ଖଣ୍ଡଖଣ୍ଡ କରି ରାନ୍ଧି କୁକୁରକୁ ଖୁଆଇଲା ପୁଅ

0 21

ନୂଆଦିଲ୍ଲୀ:ନିଶା ପାଇଁ ସବୁ ସିମା ଟପିଗଲାଣି ମାନବିକତା । ପ୍ରଥମେ ମା’କୁ ହତ୍ୟା କଲା ଓ ପରେ ମୃତଦେହକୁ ହଜାର ହଜାର ଖଣ୍ଡରେ କାଟି ଗଳିରେ ଯାଇ କୁକୁର ମାନଙ୍କୁ ଖୁଆଇଲା ।ଏହି ଘଟଣା ଘଟିଛି ନୂଆଦିଲ୍ଲୀ ଠାରେ । ଏହି ମାତୃହନ୍ତା ପୁଅକୁ ନୋଲିସ କାଲି ଗିରଫ କରିଛି । ଅଭିଯୁକ୍ତ ପୋଲିସ ନିକଟରେ ନିଜ ଦୋଷ ସ୍ୱୀକାର କରି କହିଛି ଯେ, ସେ ତାର ମା’ ର ମୃତଦେହକୁ ହଜାର ଖଣ୍ଡରେ କାଟି ତାହାକୁ ରୋଷେଇ କରିଥିଲେ । ପରେ ଏହାକୁ ଗଳିରେ କୁକୁର ମାନଙ୍କୁ ଖାଇବାକୁ ଦେଇଥିଲେ । ଅଭିଯୁକ୍ତ ଜଣକ ହେଲେ ସ୍ପେନର ୨୬ ବର୍ଷୀୟ ଆଲବର୍ଟ ସଞ୍ଚେଜ ଗୋମେଜ । ସେ ନିୟମିତ ନିଶା ଓ ଡ୍ରଗ୍ସ ସେବନ କରି ତାର ମାନସିକ ଠିକ ନାହିଁ ବୋଲି ପୋଲିସ କହିଛି । କୌଣସି ଭଲ ବ୍ୟକ୍ତି ଏମିତି ବିକୃତ କାମ କରିବା ପାଇଁ କେବେ ଚିନ୍ତାବି କରିବ ନାହିଁ । ମୃତ ମା’ଙ୍କର ବୟସ ପାଖାପାଖି ୬୬ ବର୍ଷ ହେବ ବୋଲି ଜଣାପଡିଛି । ଏହି ଘଟଣା ଏକ ମାସ ପୁର୍ବରୁ ଘଟିଥିଲା ବୋଲି ପୁଲିସ ସନ୍ଦେହ କରୁଥିବାବେଳେ ପାଖ ପଡୋଶୀ କହିଛନ୍ତି ଏକ ସପ୍ତାହ ତଳେ ମୃତ ମହିଳା ଜଣଙ୍କୁ ଦେଖିଥିଲେ ବୋଲି ଦାବି କରିଛନ୍ତି ।
ସୂଚନାନୁଯାୟୀ ଏଭଳି ଆଉ ଏକ ହତ୍ୟାକାଣ୍ଡ ୨୦୧୮ ରେ ମଧ୍ୟ ଘଟଇଥିଲା । ଯେଉଥିରେ ଜଣେ ମହିଳା ତାଙ୍କ ପୁରୁଷସାଥୀଙ୍କୁ ହତ୍ୟା କରିବା ସହ ତାଙ୍କ ମଅତଦେହକୁ ଖଣ୍ଡଖଣ୍ଡ କରି କଟିଦେଇଥିଲେ । ପରେ ସେଥିରେ ବିରିୟାନି ପ୍ରସ୍ତୁତ କରି ପାକିସ୍ତାନୀ ଶ୍ରମିକଙ୍କୁ ଖାଇବାକୁ ଦେଇଥିଲେ ।

https://www.onakhabar.com/man-killed-his-mother-in-suspicion-of-black-magic-on-him-gfd/

Leave A Reply

Your email address will not be published.