OnaKhabar

ପୁଲୱାମା ବଦଲା: ଜୈଶ ଶିବିର ଧ୍ୱଂସ କଲେ ଭାରତୀୟ ସେନା

60

ନୂଆଦିଲ୍ଲୀ : ବାୟୁସେନା ନେଇଛି ପୁଲୱାମା ଆକ୍ରମଣର ବଦଲା । ଏ ସମ୍ପର୍କରେ ଭାରତ ପକ୍ଷରୁ ଉତ୍ତର ରଖାଯାଇଛି । ଭାରତ ଦାବି କରିଛି ବାୟୁସେନା ୧୯୭୧ ମସିହା ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏଲଓସି ଡେଇଁ ପାକିସ୍ତାନ ମାଟିରେ ଭାରତରେ ଆତଙ୍କର ତାଣ୍ଡବ ରଚିବା ଓ ଅଧିକ ଆକ୍ରମଣ କରିବା ଯୋଜନା ଚଳାଇଥିବା ଜୈସ-ଇ-ମହମ୍ମଦର କ୍ୟାମ୍ପକୁ ଧ୍ୱଂସ କରିଦିଆଯାଇଛି । ଥଏହି ଆକ୍ରମଣରେ ୨୫ ଜଣ କୁଖ୍ୟାତ ଆତଙ୍କୀ କମାଣ୍ଡର ମୃତ୍ୟୁବରଣ କରିଥିବା ସୂଚନା ଦିଆଯାଇଛି ।

ପ୍ରତିଶୋଧ ପରେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି “ଭାରତୀୟ ବାୟୁସେନା ପାକସ୍ତାନର ବାଲାକୋଟଠାରେ ଜୈଶ-ଇ-ମହମ୍ମଦର ସବୁଠାରୁ ବଡ଼ କ୍ୟାମ୍ପ ଧ୍ୱଂସ କରିଛି । ଏଥିରେ ବହୁ ସଂଖ୍ୟାରେ ଆତଙ୍କବାଦୀ, ତାଲିମଦାତା, ବରିଷ୍ଠ କମାଣ୍ଡର ଏବଂ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଜିହାଦୀ ଗୋଷ୍ଠୀଙ୍କ ନିପାତ କରାଯାଇଛି ।” ଏହି ଆକ୍ରମଣ ବିଶେଷ କରି ଜୈଶ କ୍ୟାମ୍ପକୁ ହିଁ ଟାର୍ଗେଟ କରାଯାଇଥିବା ସେ କହିଥିଲେ । ଏହି ଗୋଷ୍ଠୀ ହିଁ ଫେବୃୟାରୀ ପୁଲୱାମା ଆକ୍ରମଣ ମୁଖ୍ୟ ଷଡ଼ଯନ୍ତ୍ରକାରୀଥିଲେ । ଗୁଇନ୍ଦା ବିଭାଗ ସୂତ୍ରରୁ ପ୍ରକାଶ ଯେ, ସେମାନେ ଭାରତର ବିଭିନ୍ନ ସ୍ଥାନରେ ପଶି ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲେ । କିଛି ଆତ୍ମଘାତୀ ଆକ୍ରମଣକାରୀଙ୍କୁ ସେଥିପାଇଁ ତାଲିମ ଦିଆଯାଉଥିଲା ।