OnaKhabar

ଜାତୀୟ ରାଜପଥରେ ଦୁର୍ଘଟଣା: ୪ ମୃତ

74

ବେତନଟୀ: ଗତ ରାତିରେ ୧୮ ନମ୍ବର ଜାତୀୟ ରାଜପଥ ତାରାକୋଟି ନିକଟରେ ଦୁର୍ଘଟଣା ଘଟି ୪ଜଣଙ୍କର ମୃତ୍ୟୁ ଘଟିଛିୀ । ଗୋଟିଏ ସ୍କୁଟିରେ ୩ଜଣ ଆଉ ତା ପଛରେ ଏକ ବାଇକରେ ୨ଜଣଙ୍କୁ ଏକ ଅଜଣା ଗାଡ଼ି ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।
ଘଟଣାରୁ ପ୍ରକାଶ ଯେ, ଗୋଟିଏ ସ୍କୁଟିରେ ବୈଶିଙ୍ଗା ଥାନା ଅନ୍ତର୍ଗତ ୩ ଜଣ ଲୋକ ଏକ ବିବାହ ଭୋଜିରେ ରୋସେଇ କାମ ସାରି ନିଜ ଘର ବ୍ରହ୍ମପୁରାକୁ ଆସୁଥିଲେ । ଠିକ ତାଙ୍କ ଆଗରେ ଏକ ବାଇକ ଯୋଗେ ୨ ଜଣ ଯୁବକ ବାଲେଶ୍ୱର ଅଭିମୁଖେ ଯାଉଥିଲେ । ସ୍କୁଟି ଏବଂ ବାଇକ ପାଖାପାଖି ୧୫ ଫୁଟ ଦୂରତାରେ ଯାଉଥିବା ସମୟରେ ପଛପଟୁ ଏକ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇ ପଳାଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ସ୍କୁଟିରେ ଥିବା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକରେ ଥିବା ଜଣଙ୍କର ମୃତୁୁ୍ୟ ଘଟିଥିବା ଖବର ହସ୍ତଗତ ହୋଇଛି । ସ୍କୁଟିରେ ବ୍ୟକ୍ତିଙ୍କ ପରିଚୟ ମିଳିଥିବା ବେଳେ ବାଇକରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ । ସ୍ଥାନୀୟ ଲୋକେ ଜାତଦୀୟରାଜପଥ ୧୮କୁ ଅବରୋଧ କରିବସି ରହିଥିଲେ । ଫଳରେ ଗାଡ଼ିମଟର ଯାତାୟତ କରିପାରି ନ ଥିଲା । ତହସିଲଦାର ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଖବର ପାଇ ଘଟଣାସ୍ଥଳରେ ବେତନଟୀ ପୁଲିସ ପହଂଚି ଗୁରୁତରଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ଗୁରୁତର ଆହତଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପୁଲିସ ତଦନ୍ତ ଜାରି ରଖିଛି ।

https://www.onakhabar.com/accident-2-dead-2