OnaKhabar

ଗିଜର ହେଲା କାଳ:ଗାଧୋଇବା ବେଳେ ମା ସହ ଚାଲିଗଲା ୨ ଶିଶୁଙ୍କ ଜୀବନ

66

ଆଗ୍ରାରେ(ଓଏନଏ):ଆଗ୍ରାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ମା ସମେତ ଦୁଇ କୋମଳ ଶିଶୁଙ୍କ ଜୀବନ ଚାଲିଯାଇଛି ବାଥରୁମ ଭିତରେ । ଘଟଣାଟି ଘଟିଛି ଆଗ୍ରାର ଶାହଗଂଜର ପାଣ୍ଡବ ନଗରରେ ରହୁଥିବା ଜଣେ ବ୍ୟବସାୟୀ ରୋହିତ ଧୁରପଡ଼ଙ୍କ ଘରେ । ଗତ କାଲି ସକାଳେ ତାଙ୍କ ପତ୍ନୀ ଓ ତାଙ୍କ ୨ଜଣ ଝିଅ ଗାଧୋଇବାକୁ ଯାଇଥିଲେ କିନ୍ତୁ ସେଠି ଗିଜର ଗ୍ୟାସରେ ଅଣନିଶ୍ୱାସୀ ହୋଇ ଅକାଳରେ ଚାଲିଗଲା ତିନୋଟି ଜୀବନ ।
ସୂଚନାନୁଯାୟୀ ରୋହିତଙ୍କ ଏକ ଶାଢି ଶୋ’ରୁମ ଅଛି । ଘରେ ରୋହିତଙ୍କ ପତ୍ନୀ ରୁତୁ(୩୮),ଦୁଇ ଝିଅ ସଚିକା(୬),ଏବଂ କାୟରା(୩)ଥିଲେ ।ସନ୍ଧ୍ୟାରେ ରୁତୁଙ୍କ ମା ତାଙ୍କୁ ଫୋନ କରିଥିଲେ । ବହୁତ ସମୟଧରି ଫୋନ କରିବା ପରେ ମଧ୍ୟ କେହି ଫୋନ ନ ଉଠାଇବାରୁ ସେ ଚିନ୍ତିତ ହୋଇ ସେ ରୋହିତଙ୍କୁ ଫୋନ କରିଥିଲେ ।ରୋହିତ ପାଖ ପଡୋଶିଙ୍କୁ ଫୋନ କରି ଦେଖିବାକୁ କହିଥିଲେ ।ସେ ମହିଳା ଜଣଙ୍କ ଆସି ଡାକି ବାରୁ ଘରୁ କିଛି ଉତ୍ତର ଆସିନଥିଲା ।ତା ପରେ ସେ ବହୁତ ଚେଷ୍ଟା କାରିଥିଲେ କବାଟ ଖୋଲିବା ପାଇଁ କିନ୍ତୁ କବାଟ ଖୋଲିନଥିଲା ଏହା ପରେ ରାତି ପ୍ରାୟ ୮ଟା ବେଳେ ରୋହିତ ଘରକୁ ଫେରିଲା ପରେ ସେ ଧକ୍କା ମାରି କବାଟ ଭାଙ୍ଗି ଦୌଡି ଯାଇ ଘର ଭିତରକୁ ଦେଖିଲା ବେଳକୁ ରୁତୁ ସହ ଦୁଇ ଶିଶୁ ବାଥରୁମରେ ଗାଧୋଇବା ଅବସ୍ଥାରେ ପଡିଥିଲେ । ସଂଗେ ସଂଗେ ପୋଲିସକୁ ଖବର ଦିଆଯାଇଥିଲା ଘଟଣା ସ୍ଥାନରେ ପୋଲିସ ପହଞ୍ଚି ମୃତଦେହଗୁଡିକ୍ୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଜଣାପଡିଥିଲା ପାଣି ଟାଙ୍କି ଏବଂ ଗିଜର ଗ୍ୟାସ ଖାଲାଥିଲା ।ବାଥରୁମରେ ଏକଜଷ୍ଟ ଫ୍ୟାନ ମଧ୍ୟ ବନ୍ଦ ଥିଲା । ଫଳରେ ଅଣନିଶ୍ୱାସୀ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।