OnaKhabar

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ମୃତ

39

ଝାଡଖଣ୍ଡ: ଆଜି ଝାଡଖଣ୍ଡ ପୋଲିସର ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ମୃତୁ ଘଟିଛି | ଓଡିଶା ସୀମାନ୍ତ ଗୁମଲା ନିକଟରେ ପୋଲିସ ସହ ଗୁଳି ବିନିମୟ ହୋଇ ୩ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ଆଜି ସୁରକ୍ଷାବାହିନୀ ପକ୍ଷରୁ ଗୁମଲା ଅଞ୍ଚଳରେ କମ୍ବିଂ ଅପରେସନ କରାଯାଇଥିଲା । ସେହି ସମୟରେ ସେଠାରେ ଏକ ମାଓକ୍ୟାମ୍ପ ଠାବ ହୋଇଥିଲା । ସେଠାରେ ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ଘଟଣାସ୍ଥରେ ଦୁଇ କ୍ୟାଡର ନିହତ ହୋଇଥିଲେ । ସେମାନଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ ଜବତ ହୋଇଛି ।

https://www.onakhabar.com/five-person-killed-from-one-family/