OnaKhabar

ବିବାହିତା ମହିଳାଙ୍କ ଅନୈତିକ ସମ୍ପକ, ଗାଁ ଲୋକେ ଖୁଂଟରେ ବାନ୍ଧି ନିର୍ଦ୍ଧୁମ ପିଟିଲେ

0 13

ମାଲକାନଗରିରି: ଜଣେ ବିବାହିତା ମହିଳାଙ୍କ ପରକୀୟା ପ୍ରତି ଜଣାପଡ଼ିବା ପରେ ଉକ୍ତ ମହିଳା ଓ ତାଙ୍କ ସାଥୀ ପୁରୁଷବନ୍ଧୁକୁ ଧରି ନିର୍ଦ୍ଧୁମ ପିଟିଛନ୍ତି ଗାଁରେ ଲୋକେ । ଘଟଣାଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି-୪୭ ଗାଁରେ ।
ଘଟଣାରୁ ପ୍ରକାଶ ଯେ, ନିଜ ଗାଁର ଜଣେ ମହିଳା ପାଖ ଗାଁରେ ଜଣେ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଆସୁଥିଲା । ଏହାକୁ ନେଇ ଗାଁ ଲୋକଙ୍କ ସହିତ ଉକ୍ତ ମହିଳାଙ୍କର ବହୁବାର ପାଟିତୁଣ୍ଡ ହୋଇଛି । କିନ୍ତୁ ମହିଳା ଜଣଙ୍କ ତାଙ୍କ ସ୍ୱଭାବରେ ପରିବର୍ତ୍ତନ ନ ଆଣି ପୂର୍ବପରି ସେହି ପୁରୁଷ ବନ୍ଦୁଙ୍କ ସହ ଅନୈତିକ ସମ୍ପର୍କ ରଖିଆସୁଥିଲେ । ତେବେ ଗାଁର କିଛି ଲୋକ ଏକ ନିଛାଟିଆ ସ୍ଥାନରେ ମହିଳା ଜଣଙ୍କ ସେହି ପୁରୁଷ ବନ୍ଧୁଙ୍କ ସହିତ ଏକାଠି ବସିଥିବା ଦେଖି ପାଟିତୁଣ୍ଡ କରିଥିଲେ । ପରେ ଗାଁର ମହିଳାମାନେ ମିଶି ଉକ୍ତ ମହିଳାଜଣଙ୍କୁ ଗାଁକୁ ଆଣି ଏକ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ । କେହି ଜଣେ ଏହାକୁ ମୋବାଇଲରେ ରେକଡିଂ କରି ଭାଇରାଲ କରିଥିବା ସୂଚନା ମିଳୁଛି ।

https://www.onakhabar.com/teacher-and-lover-arrested-in-a-rape-ca

Leave A Reply

Your email address will not be published.