OnaKhabar

ଛତିଶଗଡ ମନ୍ତ୍ରୀ ଟି ଏସ ସିଂଦେଓଙ୍କୁ ଓଡିଶା କଂଗ୍ରେସ ଦାଇତ୍ବ

0 18

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ସାମୟିକ ଭାବେ ଦାଇତ୍ବ ଦିଆଯେଇଛି ଛତିଶଗଡ ମନ୍ତ୍ରୀ ଟି.ଏସ. ସିଂହଦେଓଙ୍କୁ | କିନ୍ତୁ ଓଡିଶା ପ୍ରଭାରୀ ଭାବେ ପୂର୍ବ ପରି ଦାୟିତ୍ୱ ତୁଲାଇବେ ଜିତେନ୍ଦ୍ର ପ୍ରସାଦ ସିଂ | ଏନେଇ ଆଜି ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି | ଆସନ୍ତା ନିର୍ବାଚନ ପାଇଁ ବର୍ତମାନ ଦଳ ପକ୍ଷରୁ ଇସ୍ତାହାର ପ୍ରସ୍ତୁତି ପ୍ରକିୟା ଚାଲିଛି | ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିବାରେ ସଫଳ ହୋଇଥିବାରୁ ସେଇ ମୋଡେଲ ଓଡିଶାରେ ଅବଲମ୍ବନ କରିବା ପାଇଁ ଉଦ୍ୟମ କରାଯାଉଛି | ଜଣ ମତକୁ ଭିତି କରି ଇସ୍ତାହାର ପ୍ରସ୍ତୁତ କରାଯିବ | ଏ ଦିଗରେ ଓଡିଶାର ଦଳୀୟ ନେତାମାନଙ୍କୁ ଶ୍ରୀ ସିଂହଦେଓ ସହାୟତା କରୁଛନ୍ତି | ଦଳୀୟ ନେତାଙ୍କ ସହ ସେ ବିଭିନ୍ନ ଅଂଚଳକୁ ଯାଇ ଲୋକଙ୍କ ମତ ସଂଗ୍ରହ କରୁଛନ୍ତି | ସେଥିପାଇଁ ନିର୍ବାଚନ ପର୍ଯ୍ୟନ୍ତ ସେ ଓଡିଶା ଦାଇତ୍ବରେ ରହିବେ | ଦଳୀୟ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ଓ ଛତିଶଗଡରେ କ୍ଷମତାକୁ ଆସିବା ପାଇଁ ଅବଲମ୍ବନ କର ଯାଇଥିବା ପଦକ୍ଷପ ବିଷୟରେ ସେ ଓଡିଶା ନେତାମାନଙ୍କୁ ପରାମର୍ଶ ଦେବେ ବୋଲି କୁହାଯାଉଛି | ଛତିଶଗଡରେ କଂଗ୍ରେସକୁ କ୍ଷମତାକୁ ଆଣିବା ଦିଗରେ ଶ୍ରୀ ସିଂହଦେଓ ଗରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିବାକୁ ଚାହୁଁଥିବାରୁ ସେଥିପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି |

https://www.onakhabar.com/congress-is-demanding-for-debasiss-arrest/

Leave A Reply

Your email address will not be published.