OnaKhabar

ପୁଣି ସୋନୁ ନିଗମ ଅସୁସ୍ଥ

0 10

ନୂଆଦିଲ୍ଲୀ: ବଲିଉଡର ପ୍ରତିଷ୍ଠିତ ଗାୟକ ସୋନୁ ନିଗମଙ୍କ ସ୍ୱାସ୍ଥ ପୁଣି ଖରାପ ହୋଇଛି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ପରୀକ୍ଷା ନିରୀକ୍ଷା ରିପୋର୍ଟ ଅଶିଲା ପରେ ଚିକିତ୍ସା ଆରମ୍ଭ ହେବ ବୋଲି ଡାକ୍ତରମାନେ କହିଛନ୍ତି। ଗୋଟେ କାର୍ଯ୍ୟକ୍ରମ ପାଇଁ ସୋନୁ ନେପାଲର ବୋଖାରା ଯାଇଥିଲେ। ହଠାତ୍‌ ସୋନୁଙ୍କ ଅଣ୍ଟାରେ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣାର କାରଣ ଜାଣିବା ପାଇଁ ଡାକ୍ତରଙ୍କ ଟିମ୍‌ ସୋନୁଙ୍କର ଚେକ୍‌ ଅପ କରିଥିଲେ ଯାହାର ରିପୋର୍ଟ ଆସିନାହିଁ।
ଡାକ୍ତରମାନେ କହିଛନ୍ତି ଯେ ମେଡିକାଲର ଭିଆଇପି ଲାଉଞ୍ଜ ସୋନୁ ନିଗମଙ୍କୁ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଏମଆରଆଇ ଟେଷ୍ଟ ରିପୋର୍ଟର ଅପେକ୍ଷାରେ ଅଛନ୍ତି । ରିପୋର୍ଟ ଏସିଲା ପରେ ଯନ୍ତ୍ରଣାର କାରଣ ଜଣା ପଡିବ। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ମଧ୍ୟ ସୋନୁ ନିଗମ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହା ପୂର୍ବରୁ ଚେହେରାରେ ଏଲେର୍ଜି ହୋଇଥିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ସୋନୁ। ଏଲେର୍ଜି ପାଇଁ ପୁରା ମୁହଁ ଫୁଲିଯାଇଥିଲା। ମୁହଁରେ ଗୋଟେ ଆଖି ବହୁତ ଫୁଲିଯାଇଥିଲା |
ମେଡିକାଲରେ ଥିବା ସମୟରେ ଆଇସିୟୁର ୨ଟି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ସୋନୁ। ଫଟୋ ସେୟାର କରିବା ସହ ଦର୍ଶକ ଓ ତାଙ୍କ ଶୁଭଚିନ୍ତକଙ୍କୁ ତାଙ୍କ ପ୍ରତି ଥିବା ଭଲ ପାଇବା ପାଇଁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

Leave A Reply

Your email address will not be published.