OnaKhabar

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ

91

ଭୁବନେଶ୍ୱର: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦ ପାଳକୁ ସଂଘର କର୍ମକର୍ତ୍ତା ମିଶି ସଫଳତାର ସହ ବନ୍ଦ କରୁଛି । ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ କୃଷକ ସଙ୍ଗଠନର ସଦସ୍ୟମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ପଟିଆ-ନନ୍ଦନକାନନ ରାସ୍ତାରେ ସଙ୍ଗଠନର ସଦସ୍ୟମାନେ ରାସ୍ତାରେ ବସିରହିଥିଲେ । ପୁଲିସ ସେମାନଙ୍କୁ ଗିରଫ ଓ ପରେ ଛାଡ଼ିଦେଇଥିବା ଜଣାପଡ଼ିଛି । ସଙ୍ଗଠନର ସଦସ୍ୟମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଯାତାୟତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା ।

https://www.onakhabar.com/teachers-strick-will-be-held-7th-feb/