OnaKhabar

ଅକ୍ଷୟଙ୍କ ନାମରେ ରହିବ ୨୦୧୯: ରିଲିଜ ହେବ ୫ଟି ଫିଲ୍ମ

0 63

ମୁମ୍ବାଇ:ଅକ୍ଷୟ କୁମାର ବଲିଉଡର ଜଣେ ବିଶ୍ୱାସି ଏବଂ ସମ୍ଭଳିତ ଅଭିନେତା ହୋଇସାରିଛନ୍ତି । ତାଙ୍କ କଠିନ ପରିଶ୍ରମ ଦେଖି ବଲିଉଡରେ ସମସ୍ତେ ତାଙ୍କୁ ସବୁବେଳେ ସ୍ୱାଗତ କରୁଛନ୍ତି । କାରଣ ଫିଲ୍ମ ନିର୍ମାଣ କାରିଙ୍କ ପାଇଁ କେବେବି ଅକ୍ଷୟ କ୍ଷତିର ବ୍ୟବସାୟ କରନ୍ତି ନାହିଁ । କହିବାକୁ ଗଲେ ଏବେ କା ସମୟରେ ବଲିଉଡର ସୁପରଷ୍ଟାରମାନେ ଗୋଟେ ବର୍ଷରେ ଗୋଟେ ପିଲ୍ମ କରିବାର ନିତି କୁ ଅବଲମ୍ବନ କରିଥିବାବେଳେ ।ସେଠି ଅକ୍ଷୟ କୁମାର ଗୋଟେ ବର୍ଷରେ ନିହାତି ଭାବେ ୫ଟି ପିଲ୍ମ ପ୍ରସ୍ତୁତ କରୁଛନ୍ତି । ସୁଣିବାକୁ ମିଳିଛି ଏହି ୨୦୧୯ରେ ଅକ୍ଷୟ କୁମାର ୫ଟି ଫିଲ୍ମ ରିଲିଜ କରିବାକୁ ଯାଉଛନ୍ତି ।ଯେଉଁ ବେଗ ରେ ଅକ୍ଷୟଙ୍କ ପିଲ୍ମ ବକ୍ସଅଫିସ୍ରେ କମାଲ କରୁଛି ସେଠୁ ଏହା ଜଣାପଡୁଛି ଯେ ଏହି ୨୦୧୯ଟି ତାଙ୍କର ନାମରେ ହିଁ ରହିବ । ଅକ୍ଷୟଙ୍କ ଫିଲ୍ମ ଗୁଡିକ ହେଲା ।
.କେଶରୀ
.ମିସନ ମଙ୍ଗଲ
.ଗୁଡ ନ୍ୟୁଜ୍
.ହାଉସଫୁଲ୪
.ସୁର୍ଯ୍ୟବଂଶୀ
ଏହା ଭିତରୁ ପ୍ରଥମେ କେଶରୀ ଚଳଚ୍ଚିତ୍ରଟି ରିଲିଜ ହେବାକୁ ଯାଉଛି ଏହି ମାର୍ଚ୍ଚମାସ ୨୧ତାରିଖରେ ।ଚାଲନ୍ତୁ ଜାଣିବା ଏହି ଚଳଚ୍ଚିତ୍ର ସମ୍ପର୍କରେ କଣ ରହିଛି । ଏହି ଫିଲ୍ମଟିରେ ଉଲ୍ଳେଖ କରାଯାଇଛି ।
୧୯ଶହ ମସିହାରେ ହେଉଥିବା ବ୍ରିଟିସ ସରକାରଙ୍କ ଶାସନ ସିଖଙ୍କ ସହ ଆଫଗାନି
ସୈନିକଙ୍କ ବିରୋଧରେ ହୋଇଥିବା ଯୁଦ୍ଧକୁ ବେଟଲ ଆଫ ସରଗଡିଙ୍କ ନାମରେ ଜଣାଯାଉଛି ।ଏହି ଯୁଦ୍ଧର ମହତ୍ୱ ଏହା ଅଟେ ଯେ ୨୧ଜଣ ସିଖ୍ ସୌନିକ ମାନେ ୧୦ ହଜାର ଆଫଗାନି ସୈନିକଠୁ ଲୁୁହା ନେଇ ତାଙ୍କୁ ଆଗକୁ ବଡାଇବାକୁ ଦେଇନଥିଲେ । ଅକ୍ଷୟ କୁମାର ଏହି କଶରୀ ଚଳଚ୍ଚିତ୍ରରେ ଜଣେ ହାବିଲଦାରଙ୍କ ଭୁମିକାରେ ଅଭିନୟ କରୁଛନ୍ତି ।ଯାହାର ନା ହୋଉଛି ଇଶ୍ୱର ସିଂ । ଅକ୍ଷୟଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ପରିନିତି ଚୋପ୍ରା ।ଆଗକୁ ଆସୁଥିବା ଅଗଷ୍ଟ ୧୫ରେ ରିଲିଜ ହେବ ‘ମିସନ ମଙ୍ଗଲ’ ଯେଉଁଟାକି ପ୍ରଥମେ ଭାରତ ମଙ୍ଗଳଗ୍ରହ କୁ ମଙ୍ଗଳଯାନ ପଠାଇଥିବା ଘଟଣା ଉପରେ କରାଯାଇଛି ।ଏହି ଚଳଚ୍ଚିତ୍ରରେ ବିଦ୍ୟା ବାଲନ ଓ ତାପସି ପାନୁଙ୍କ ସହ ଆଉ ୫ଜଣ କଳାକାର ଲିଡ୍ ରୋଲରେ ଥିବାର ଜଣାପଡିଛି । ସରମନ ଯୋସିଙ୍କର ମଧ୍ୟ କିଛି ସ୍ପେସାଲ ଭୁମିକା ରହିଛି ଏହି ଚଳଚ୍ଚିତ୍ରଟିରେ । ସେହିଭଳିଭାବେ ୬ ସେପ୍ଟେମ୍ବରରେ ରିଲିଜ ହେବରାକୁ ଯାଉଛି ‘ଗୁଡ ନ୍ୟୁଜ’ ଯେଉଁଥିରେ ଅକ୍ଷୟଙ୍କ ବିପକ୍ଷରେ କରିନା କପୁର ଖାନ ନଜର ଆସିବେ ।ଏଥିରେ ଦଲଯିତ ଦେଶାଇ ଓ କିୟାରା ଆଡଭାନୀ ଏଥିରେ ମଧ୍ୟ ନଜର ଆସିବେ । ଫିଲ୍ମ ନର୍ଦ୍ଦଶନାର ଭାର ସମ୍ଭାଳିଛନ୍ତି ରାଜ ମେହତା କରନ ଜୋହର ଏହି ଚଳଚ୍ଚିତ୍ରଟିର ନିର୍ମାଣକର୍ତ୍ତା ରହିଥିବା ବେଳେ ଫିଲ୍ମଟିର ସୁଟିଂ ଆରମ୍ଭ ହୋଇସାରିଲାନି । ଯାହାର କିଛି ଝଲକ ସୋସିଆଲ ସାଇଡ୍ରେ ଦେଖିବାକୁ ମିଳୁଛି ।
ଏହି ଫ୍ୟାମିଲ ଡ୍ରାମା ପରେ ଆଗକୁ ଆସିବ ଅକ୍ଷୟ କୁମାରଙ୍କ ହିଟ କମେଡି ଚଳଚ୍ଚିତ୍ର ‘ହାଉସଫୁଲ୪’ ଚଳଚ୍ଚିତ୍ରଟି ଏହି ଦିପାବଳୀରେ ରିଲିଜ ହେବାକୁ ଯାଉଛି ।
ତାପରେ ବର୍ଷର ଶେଷରେ ରୋହିତ ସେଠୀ ନିର୍ମିତ ଚଳଚ୍ଚିତ୍ର ‘ସୁର୍ଯ୍ୟବଶୀ’ରିଲିଜ ହେବାକୁ ଯାଉଛି ।ଯାହାର ଝଲକ ରୋହିତ ସେଠୀ ‘ସିମ୍ବା’ ଚଳଚ୍ଚିତ୍ରର କ୍ଲାଇମାକ୍ସରେ ଘୋଷଣା କରି ଦେଖାଇଥିଲେ । ଏହି ଚଳଚ୍ଚିତ୍ରର ସୁଟିଂ ଆସନ୍ତା ଅପ୍ରିଲ ମାସଠୁ ଆରମ୍ଭ ହେବାର ଅଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଅକ୍ଷୟ କୁମାର ପ୍ରଥମ ଥର ରୋହିତ ସେଠୀଙ୍କ ସହ କାମ କରିବାକୁ ଯାଉଛନ୍ତି ।ଏହି ଚଳଚ୍ଚିତ୍ରଟି ‘ସିମ୍ବା’ ଚଳଚ୍ଚିତ୍ର ସହ ମଧ୍ୟ କିଛି ମାତ୍ରାରେ ଜଡିତ ରହିବ ।
ସବୁଠୁ ବେଶୀ ଆଶା ରହିଛି କେଶରୀ, ହାଉସଫୁଲ୪ ଓ ସୁର୍ଯ୍ୟବଂଶୀ ଫିଲ୍ମ ଉପରେ । କରଣ ଏହି ତିନୋଟି ଯାକ ମସାଲାଦାର ଫିଲ୍ମ ରହିଛି ।ଲୋକଙ୍କୁ ବହୁତ ପସନ୍ଦ ଆସିବ ବୋଲି କହିଛନ୍ତି ପିଲ୍ମ ନିର୍ମାତା ମାନେ । ଏହା ମଧ୍ୟ କୁହାଯାୁଛି ଯଦି ଏହି ବର୍ଷ ୫ଟି ଫିଲ୍କି ପଛକୁ ପଛ ରିଲିଜ ହେବ ତା ହେଲେ ପୁରା ବଲିଉଡରେ ପୁରା ସୁନାମି ଆସିଯିବ ଶୁଣିବାକୁ ମିଳିଛି ସିନେ ପ୍ରେମୀ ମାନଙ୍କଠୁ । ଛାଇଯିବେ ଅକ୍ଷୟ କୁମାର । ଏପରି ଆଗରୁ ମଧ୍ୟ ଘଟିଥିଲା ୨୦୧୨ବର୍ଷରେ ୫ଟି ଫିଲ୍ମ ରିଲିଜ ହୋଇଥିଲା ।ତାପରେ ଧିରେ ଧିରେ କମି ବର୍ଷକୁ ୩ଟି ଫିଲ୍ମ ହୋଇଥିଲା ।କିନ୍ତୁ ଏହି ବର୍ଷ ପୁଣି ଧମାଲ କରିବେ ଅକ୍ଷୟ କୁମାର ।

Leave A Reply

Your email address will not be published.