OnaKhabar

ରାସ୍ତା ଦୁର୍ଘଟଣାରେ ଦିଅର, ଭାଉଜଙ୍କ ମୃତ୍ୟୁ

56

କଟକ: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରଜକଣା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦିଅର ଓ ଭାଉଜଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ୧୬ନମ୍ବର ଜାତୀୟ ରାଜପଥ ଉପରେ । ଗୋଟିଏ କାରରେ ଦିଅର ଓ ଭାଉଜ ଯାଉଥିôବା ସମୟରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ରାସ୍ତା ଆରେ ପାଶ୍ୱର୍ରେ ଆସୁଥିବା ବସକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଲା ।
ଖବର ନେବାରୁ ଜଣାପଡ଼ିଛି ଯେ, ଯାଜପୁର ଜିଲ୍ଲା ଶ୍ୟାମସୁନ୍ଦରପୁର ଗାଁର ପ୍ରଫୁଲ୍ଲ ସାହୁ ଓ ତାଙ୍କ ଭାଉଜ ଏକ କାର୍ଯ୍ୟରେ କଟକ ଆସୁଥିଲେ । ରଜକଣା ନିକଟରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ରାସ୍ତାର ଆର ପାଶ୍ୱର୍କୁ ଚାଲିଯାଇଥିଲା । ଠିକ ଏହି ସମୟରେ କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ଘରୋଇ ବସକୁ ଧକ୍କା ଦେଇଥିଲା । ଫଳରେ କାର ଥିବା ପ୍ରଫୁଲ୍ଲ ଓ ତାଙ୍କ ଭାଉଜଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଏବଂ ବସରେ ଥିବା ମଧ୍ୟ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼କକୁ ଜବତ କରିଛି ଏବଂ ଆହତମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଛି ।

https://www.onakhabar.com/bike-accident-x-sarapach-dead-in-jagatsinghpur/