OnaKhabar

ପୁଲୱାମା ଅକ୍ରମଣ:ଆତ୍ମସର୍ମପଣ କରିବାକୁ ଆହ୍ୱାନ ଦେଲେ ଭାରତୀୟ ସେନା

67

ଶ୍ରୀନଗର:ଜମ୍ମୁ-କାଶ୍ମୀର ପୁଲୱାମା ଆକ୍ରମଣକୁ ତେଜୁଛି ଦେଶ । ଯାହାଫଳରେ ଏହାର ପ୍ରତିବାଦରେ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇସାରିଥିବା ବେଳେ ଭାରତୀୟ ସେନା ପକ୍ଷରୁ ହୋଇଥିଲା ଏକ ଗୁରୁତ୍ୱପୁର୍ଣ୍ଣ ସମ୍ବାଦିକ ସମିଳନୀ । ଯେଉଁଥିରେ ଭାରତୀୟ ସେନା ପକ୍ଷରୁ ଆହ୍ୱାନ ରହିଛି ଯେ ଆତଙ୍କବାଦୀମାନେ ଅତ୍ମସର୍ମପଣ କରିବା ପାଇଁ ।ଏବଂ ଏହା ମଧ୍ୟ କୁହାଯାଇଛି ଯେ ସବୁ ଆତଙ୍କବାଦୀଙ୍କ ବାପ ମାଙ୍କୁ ସେମାନେ ସେନା ନିକଟରେ ଆତ୍ମସର୍ମପଣ କରାଇବା ପାଇଁ ନିବେଦନ କରିଛନ୍ତି ।ଏମିତି ନକଲେ ସେମାନଙ୍କୁ ହତ୍ୟା କରିବା ପାଇଁ ବାଧ୍ୟ ହେବୁ ବୋଲି କହିଛିନ୍ତି ଭାରତୀୟ ସେନା ।ଏହି ସମ୍ବାଦିକ ସମ୍ମିଳନୀରେ ଭାରତୀୟ ସେନା ସମେତ ସ୍ଥାନୀୟ ପୋଲିସ ଓ ସିଆରପିଏଫ ଯବାନ ମଧ୍ୟ ସାମିଲ ହୋଇଥିଲେ ।
ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନ ସେନାର ହାତ ରହିଥିବାର କୁହାଯାଇଛି । ଜୈଶ୍-ଇ-ମହମଦ ଜରିଆରେ ପାକିସ୍ତାରେ ଅଶାନ୍ତି ଲାଗି ରହିଛି । ଏହି ଜ÷ଶ୍ ଇ ମହମଦ ପାକିସ୍ତାନ ଜନ୍ମିତ । ସେ ସେଠି ରହି ଆତଙ୍କବାଦୀଙ୍କୁ ତିଆରି କରି ସେମାନଙ୍କୁ ଭାରତ ପଠାଉଛି ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ । କୁହାଯାଉଛି ଯେ ଏହି ପୁଲୱାମା ଆକ୍ରମର ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥାଇପାରେ ।ସେଥିପାଇଁ ଭାରତୀୟ ସେନା ଚାହୁଁନାହାନ୍ତି କି ସେମାନେ ଘାଟିରେ ନିର୍ଦ୍ଦୋଶ ଲୋକ ମରନ୍ତୁ କି ଆହତ ହେୁଅନ୍ତୁ ବୋଲି । ସେଥିପାଇଁ କହୁଛନ୍ତି ଆତଙ୍କବାଦୀମାନେ ତୁରନ୍ତ ଆତ୍ମସର୍ମପଣ କରନ୍ତୁ ।ଏବଂ ଏହା ମଧ୍ୟ କୁହନ୍ତି ଏଥିରେ ଯିଏ ଅସ୍ତ୍ର ଉଠେଇବ ସେ ସେଠି ମରିବ ।ଏମିତି କେତେ ଗାଜି ଆସୁଛନ୍ତି କେତେ ଯାଉଛନ୍ତି ।
ସେହିପରି ସ୍ଥାନୀୟ ଲୋକଙ୍କୁ ଏନକାଉଣ୍ଟର ସ୍ଥାନରୁ ଦୂରେଇ ରହିବାପାଇଁ ଭାରତୀୟ ସେନା ପକ୍ଷରୁ ଆହ୍ୱାନ ଦିଆଯାଇଛି ।