OnaKhabar

ଟ୍ୱିଟ କରି ଜୟ ବିଜେଡିକୁ ପୁଣି କଲେ ଟାର୍ଗେଟ

0 0

ଭୁବନେଶ୍ୱର: ଦୀର୍ଘଦିନ ନୀରବ ରହିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଟ୍ୱିଟ କରି ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ନିକଟରେ କାଶ୍ମୀର ପୁଲୱାମାଠାରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ମରଶରୀର ଆସିବା ସମୟରେ ବିଜେଡି ବିଧାୟକ ଦେବାଶିଷ ସମାନ୍ତରାୟଙ୍କ ବ୍ୟବହାରକୁ ନେଇ ଶୋସାଲ ମିଡ଼ିଆରେ ପ୍ରକାଶିତ ଭିଡିଓକୁ ଆଧାର କରି ବୈଜୟନ୍ତ ଏହି ସମାଲୋଚନା କରିଛନ୍ତି । କିଛିଦିନ ହେଲା ବୈଜୟନ୍ତ ଏକ ପ୍ରକାର ନୀରବ ରହିଥିଲେ । ବୈଜୟନ୍ତ ବିଭିନ୍ନ ସମୟରେ ବିଜେଡିକୁ ଟାର୍ଗେଟ କରି ଆସିଛନ୍ତି ।ବିିଭିନ୍ନ ଅଂଚଳକୁ ଯାଇ ଲୋକଙ୍କ ସହ ମିଶି ବିଜେଡି ବିରୋଧୀ ମନୋଭାବ ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏହା ଭିତରେ ସେ ତାଙ୍କର ରାଜନୈତିକ କାର୍ଯ୍ୟଧାରା ଜାରି ରଖିଛନ୍ତି । ଆଗାମୀ ନିର୍ବାଚନ ସମ୍ପର୍କରେ ତାଙ୍କର ଭୂମିକା ନେଇ ଏଯାଏଁ ସ୍ପଷ୍ଟ କରୁନାହାଁନ୍ତି । ଖୁବଶୀଘ୍ର ସେ ତାଙ୍କ ମତ ଜଣାଇବେ ବୋଲି କେବଳ କହିଚାଲିଛନ୍ତି । କିନ୍ତୁ ବିଜେଡି କଥା କିଛି ଆସିଲେ ସେ ଆଉ ଚୂପ ହୋଇ ରହୁନାହାଁନ୍ତି । ତାଙ୍କ ଟ୍ୱିଟ ପୁରା ବିଜେଡି ବିରୋଧୀ ଆଭିମୁଖ୍ୟ ଥିବା ଦେଖାଯାଉଛି । ସହିତଙ୍କ ଶବ ପହଂଚିବା ପରେ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ସାଧାରଣ ଲୋକେ ଯାଇ ପହଂଚିଥିଲେ । ସେହି ସମୟରେ ଶୟୀଦଙ୍କ ଶବ ପାଖରେ ତାଙ୍କ ପରିବାର ଓ ଅନ୍ୟାମନେ ଉପସ୍ଥିତ ଥିଲେ । ସେଠାରେ ଉପସ୍ଥିତ ଥିବା ବିଜେଡି ବିଧାୟକ ଦେବାଶୀଷ ସମନ୍ତରାୟ ଜଣେ ବ୍ୟକ୍ତିଙ୍କୁ ଟାଣିଆଣି ଶବ ପାଖରେ ତାଙ୍କୁ ଜୋର ଜବରଦସ୍ତ ତାଙ୍କ ବେକକୁ ଧରି ମାଡ଼ି ଦେଉଛନ୍ତି । ସମ୍ପୃକ୍ତ ଯୁବକ ଜଣକ ସହିଦଙ୍କ ପରିବାରର ବୋଲି କୁହାଯାଉଛି । ଯେଉଁଠି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତଥିବା ଦେଖାଯାଇଛି । ଏକ ଟିଭି ଚ୍ୟାନେଲରେ ପ୍ରକାଶିତ ଉକ୍ତ ସମୟର ଭିଡିଓକୁ ନେଇ କସ୍ତୁରୀ ମିଶ୍ର ନାମକ ଜଣେ ମହିଳା ଟ୍ୱିଟ କରିଛନ୍ତି । ଏହି ଟ୍ୱିଟକୁ ବୈଜୟନ୍ତ ତାଙ୍କ ଟ୍ୱିଟରେ ପୋଷ୍ଟ କରି ବିଜେଡିକୁ ସମାଲୋଚନା କରିଛନ୍ତି ।
ବୈଜୟନ୍ତ ପ୍ରତିକ୍ରୀୟା ରଖି କହିଛନ୍ତି ଏହା ଅତ୍ୟନ୍ତ ଅସୌଜନ୍ୟମୂଳକ । ୧୨ ବର୍ଷ ତଳେ ଯେତେବେଳେ ବିଜେଡି ଗଠନ ହୋଇଥିଲା ସେତେବେଳେ ଦଳର ଏଭଳି ଚିନ୍ତାଧାରା ନ ଥିଲା । ସମୟକ୍ରମେ ଏଭଳି ଭାବନା ଦଳରେ ପ୍ରବେଶ କରିବା ପରେ ସେ ମୁହଁ ଖୋଲିଥିଲେ । ଯାହା ଫଳରେ ତାଙ୍କୁ ଏକଘରିକିଆ ହେବାକୁ ପଡ଼ିବା ସହ ସେ ଦଳ ଛାଡ଼ିଥିଲେ । ଏବେ ସେ ଦଳଛାଡ଼ି ଖୁସି । ଏଭଳି କିଛିର ଭାଗିଦାରି ହେବାକୁ ସେ ଚାହାଁନ୍ତି ନାହିଁ । ଯାହା ଜଣେ ସହିଦଙ୍କ ପରିବାରକୁ ଖୋଲାଖୋଲି ଅପମାନିତ କରେ ବୋଲି ବୈଜୟନ୍ତ ମତ ରଖିଛନ୍ତି ।

https://www.onakhabar.com/baijayanta-face-black-flag-at-marsaghai/

Leave A Reply

Your email address will not be published.