OnaKhabar

ପ୍ରେମିକ ଓ ଶିକ୍ଷକ ମିଶି ନାବାଳିକାଙ୍କୁ କଲେ ଦୁଷ୍କର୍ମ, ଅଭିଯୁକ୍ତ କୋର୍ଟ ଚାଲାଣ

104

ଯାଜପୁର: ଜଣେ ନାବାଳିକାଙ୍କୁ ଅପରଣ କରି ପ୍ରେମିକ, ତାଙ୍କ ସାଙ୍ଗ ଓ ଶିକ୍ଷକ ମିଶି ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ଘଟଣା ଘଟିଛି ଯାଜପୁରରେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ଗତ ମାସ ୨୧ ତାରିଖରେ ଯାଜପୁର ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୁଲିସ ୩ ଜଣଙ୍କୁ କୋଲକାତାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ ।


ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ସାନସୁଆର ପଂଚାୟତ ତରତୋଟା ଗ୍ରାମର ଧନେଶ୍ୱର ଜେନାଙ୍କ ପୁଅ ସର୍ବେଶ୍ୱର ସେହି ଗ୍ରାମର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା । ସର୍ବେଶ୍ୱର ପ୍ରେମିକା ନାବାଳିକାଙ୍କ ପାଖକୁ ପଠାଇଥିବା ଖଣ୍ଡେ ଚିଠି ତାଙ୍କ ସ୍କୁଲ ଶିକ୍ଷକ ଦେବଦ ସ୍ୱାଇଁଙ୍କ ହାତରେ ପଡ଼ିଥିଲା । ଫଳରେ ଏହାର ସୁଯୋଗ ନେଇ ଶିକ୍ଷକ ଜଣଙ୍କ ନାବାଳିକାଙ୍କ ସିହିତ ଶାରୀରିକ ସମ୍ପର୍କ ରଖିଥିବା ପୀଡ଼ିତା କୋର୍ଟରେ ପ୍ରକାଶ କରିଛନ୍ତି । ପରେ ସମ୍ପୃକ୍ତ ଯୁବକ ସର୍ବେଶ୍ୱର ନାବାଳିକାଙ୍କୁ ନେଇ ଗାଁ ଛାଡ଼ି ପଳାଇ ନିଜ ସମ୍ପର୍କୀୟଙ୍କ ଘରେ ନାବାଳିକାଙ୍କୁ ରଖିଥିଲେ । ସେଠାରେ ସର୍ବେଶ୍ୱରଙ୍କର ସାଙ୍ଗ ଗୁଡୁ ଜେନା ନାବାଳିକାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ । ଏସବୁ କଥା ନାବାଳିକାଙ୍କଠାରୁ ଶୁଣି ସର୍ବେଶ୍ୱର ତାଙ୍କୁ କଲିକତା ନେଇ ପଳାଇଥିଲେ । ଏପଟେ ପରିବାର ଲୋକ ଝିଅ ନିଖୋଜ ଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୁଲିସ କେସ ରୁଜୁ କରି ନାବାଳିକା ଏବଂ ତାଙ୍କ ପ୍ରେମିକଙ୍କୁ କୋଲକତାରୁ ଉଦ୍ଧାର କରିଥିଲେ । ପୁଲିସ ପ୍ରେମିକା ସର୍ବେଶ୍ୱର, ତାଙ୍କ ସାଙ୍ଗ ଗୁଡୁ ଜେନା ଓ ଶିକ୍ଷକ ଦେବଦତ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।