OnaKhabar

ପୁଣି ବିବାଦ ଘେରରେ ସୁରବାବା

53

ଭୁବନେଶ୍ୱର: ବାଲିପାଟଣା ତ୍ରାହିଅଚ୍ୟୁତ ଆଶ୍ରମର ସୁରବାବା ପୁଣି ବିବାଦ ଘେରରେ ଫସିଛନ୍ତି । ଦୀର୍ଘ ୨ ବର୍ଷ କାଳ ଜେଲରେ ରହି ସୁର ବାବା ବେଲ୍ରେ ଆସିଥିଲେ । ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ପୁଣି ତାଙ୍କ ନାଁରେ ଅଭିଯୋଗ ଆସିଛି । ମହିଳା ଜଣଙ୍କ ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଂଚଳର ଜନୈକା ମହିଳା ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ବାଲିପାଟଣାସ୍ଥିତ ତ୍ରିହିଅଚ୍ୟୁତନଗରର ବାସିନ୍ଦା ଦୀପସୁନ୍ଦର ସ୍ୱାଇଁଙ୍କ ସହିତ ତାଙ୍କ ବିବାହ ପ୍ରସ୍ତାବ ପଡ଼ିଥିଲା । କିନ୍ତୁ ମହିଳାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା ଏବଂ ମା’ହେଉଛନ୍ତି ଭିନ୍ନକ୍ଷମ । ପରେ ଦୀପସୁନ୍ଦରଙ୍କ ସହିତ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇଥିଲା । ଏହାପରେ ଦୀପସୁନ୍ଦର ଓ ତାଙ୍କ ମା’ ଜ୍ୟୋସ୍ନା ସମ୍ପୃକ୍ତ ମହିଳାଙ୍କୁ ଗଂଜାମରୁ ଆଣି ତ୍ରାହିଅଚ୍ୟୁତ ନଗରରେ ଏକ ଘର ଭଡ଼ା ନେଇ ରହୁଥିଲେ ।
ଦୀପସୁନ୍ଦରଙ୍କ ମାଁ ଜାନୁୟାରୀ ମାସ ୨୪ ତାରିଖ ରାତିରେ ମହିଳା ଜଣଙ୍କୁ କହିଥିଲେ ତ୍ରାହିଅଚ୍ୟୁତ ଆଶ୍ରମକୁ ଯିବା ସେଠାରେ ବାବା ପୂଜାର୍ଚ୍ଚନା କରୁଛନ୍ତି । ସମ୍ପୃକ୍ତା ମହିଳା ମଧ୍ୟ ଆଶ୍ରମକୁ ଯିବା ପାଇଁ ରାଜି ହୋଇଗଲେ । ଆଶ୍ରମକୁ ଗଲାବେଳେ ସୁରବାବା ଏକ ଅନ୍ଧାର କୋଠରୀରେ ବସିଥିଲେ । ଏହାପରେ ଉକ୍ତ କୋଠରିକୁ ସମ୍ପୃକ୍ତ ମହିଳାଙ୍କୁ ଦୀପୁସନ୍ଦରଙ୍କ ମା’ ଛାଡ଼ି କବାଟ ବନ୍ଦ କରିଦେଇଥିଲେ । ସେଠାରେ ସୁରବାବା ସମ୍ପୃକ୍ତ ମହିଳାଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । କୌଶଳ କ୍ରମେ ସେଠାରୁ ଖସିଆସି ମହିଳା ପାଟିକରି ନିଜ ସମ୍ପର୍କୀୟ ଭାଇ ନାରାୟଣ ଗୌଡ଼ଙ୍କୁ ଖବର ଦେଇଥିଲେ । ପରେ ସମସ୍ତେ ମିଶି ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ପୁଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଅନ୍ୟପଟେ ବାବାଙ୍କ ଚେଲାମାନେ ଏ କଥା ପ୍ରଘଟ କଲେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ସମ୍ପୃକ୍ତ ମହିଳାଜଣଙ୍କ କହିଛନ୍ତି ।

https://www.onakhabar.com/again-a-minor-face-sex-with-a-so-called-baba/