OnaKhabar

ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣାକଲେ ରାଜ୍ୟ ସରକାର

57

ଭୁବନେଶ୍ୱର: ଜାମ୍ମୁ-କାଶ୍ମୀରର ପୁଲାମୱାରାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଥିଲା । ସହିଦ ଯବାନଙ୍କ ପିଲାମାନଙ୍କୁ ସରକାର ପାଠପଢ଼ାଇବା ସହ ଯେଉଁ ସ୍କୁଲରେ ସହିଦ ଯବାନ ଦୁଇଜଣ ପାଠପଢ଼ୁଥିଲେ ସେହି ସ୍କୁଲକୁ ତାଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ସରକାର । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ସହିଦ ହୋଇଥିବା ଦୁଇଜଣଙ୍କ ପଞ୍ଚାୟତକୁ ମଧ୍ୟ ମଡେଲ ପଞ୍ଚାୟତ କରାଯିବ । ସହିଦଙ୍କ ମର ଶରୀର ଭୁବନେଶ୍ୱର ବିବାନବନ୍ଦରରେ ପହଞ୍ôଚବା ପରେ ସେଠାରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପିସିସି ସଭାପତି ନିରଂନ ପଟ୍ଟନାୟକ, ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ସେଠା ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ସୁସଜ୍ଜିତ ଗାଡ଼ିରେ ଯବାନଙ୍କ ମର ଶରୀରକୁ ତାଙ୍କ ଗ୍ରାମକୁ ନିଆଯାଇଛି । ସିଆରପିଏଫ ଡିଜି ଓ ପୁଲିସ ପ୍ରଶାସନ ସମସ୍ତେ ଉପସ୍ଥିତ ଅଛନ୍ତି ।

https://www.onakhabar.com/14-dead-in-rush-in-sea-beach/