OnaKhabar

ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ

0 17

ସୋର: ଆଜି ସୋର ଡାକ୍ତରକାନାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ଭାଇ ତାଙ୍କ ଭଉଣୀଙ୍କୁ ଯୌତୁକ ପାଇଁ ଶ୍ୱଶୂରଘର ଲୋକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ୩ ବର୍ଷ ପୂର୍ବେ ସୋର ଆଙ୍ଗୁଳା ସୋଲପଟା ଗ୍ରାମର ପ୍ରତାପ ରାଉତ ଖଇରା ସୁନ୍ଦରପୁର ଗ୍ରାମର କୈଳାସ ବେହେରାଙ୍କ ଝିଅ ସସ୍ମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ନଗଦ ୫୦ ହଜାର ଟଙ୍କା ସହ ସମସ୍ତ ଜିନିଷପତ୍ର ଦିଆଯାଇଥିଲା ।
ଆଜି ସକାଳେ ହଠାତ ସସ୍ମିତା ଗର୍ଭବତୀ ଥିବା ଏବଂ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଶ୍ୱଶୂରଘର ଲୋକେ ସୋର ଡାକ୍ତର ଖାନା ନେଇଯାଇଥିଲେ । ଅଧିକ ଯନ୍ତ୍ରଣା ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନେବାକୁ କହିଥିଲେ । କିନ୍ତୁ ବାଲେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ଏପଟେ ସସ୍ମିତାଙ୍କ ଭାଇ ସୋର ଥାନାରେ ଅଭିଯୋଗ କରିଛନ୍ତି ଯେ, ବିବାହ ସମୟରେ ନଗଦ ୫୦ ହଜାର ଟଙ୍କା ସହ ସମସ୍ତ ଜିନିଷପତ୍ର ଦିଆଯାଇଥିଲା । କିନ୍ତୁ ବିବାହ ପରଠାରୁ ଅଧିକ ଯୌତୁକ ଦେବା ପାଇଁ ଦାବି କରି ସସ୍ମିତାଙ୍କୁ ଶାରିରୀକ ମାନସିକ ନିର୍ଯାତନା ଶ୍ୱଶୂରଘର ଲୋକ ଦେଉଥିଲେ । ଏଥିପାଇଁ ମୋ ଭଉଣୀକୁ ତାଙ୍କ ସ୍ୱାମୀ ଓ ଶାଶୁ ମାରି ଦେଇଥିବା ଭାଇ ରବୀନ୍ଦ୍ର ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାର ତଦନ୍ତ ମଧ୍ୟ ଜାରି ରଖିଛି ।

https://www.onakhabar.com/wife-and-his-lover-murder/

Leave A Reply

Your email address will not be published.