OnaKhabar

ମହିଳା କଂଗ୍ରେସ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ

0 30

ଭୁବନେଶ୍ୱର: ଦିନକୁ ଦିନ ମହିଳାମାନଙ୍କ ପ୍ରତି ବଢ଼ୁଥିବା ନିର୍ଯାତନା ଓ ଦୁଷ୍କର୍ମ ପ୍ରତିବାଦରେ ମହିଳା କଂଗ୍ରେସ ପକ୍ଷରୁ ଆଜି ନବୀନ ନିବାସ ଘେରାଉ କରିବା ପାଇଁ ଯାଇଥିଲେ । ସମସ୍ତେ ହାତରେ କଳା ବେଲୁନ ଧରି ଯାଇଥିବା ଦେଖାଯାଇଥିଲା । ନବୀନ ନିବାସକୁ ଧସେଇ ପଶିବାକୁ ଯିବା ବେଳେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା । ଫଳରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ପୁଲିସ ବହୁ ମହିଳା କଂଗ୍ରେସ କର୍ମୀଙ୍କୁ ଗିରଫ କରି ନେଇଥିଲେ । ନବୀନ ନିବାସ ଭିତରକୁ ଯିବା ପାଇଁ ଦିଆଯାଇ ନ ଥିଲା ।

ରାଜ୍ୟରେ ବଢ଼ିଚାଲିଥିବା ମହିଳା ହିଂସା, ଦୁଷ୍କର୍ମ, ସେବାଶ୍ରମରେ ନାବାଳିକା ଗର୍ଭବତୀ ହେବା ଓ ସନ୍ତାନ ଜନ୍ମ କରିବା, ନାବାଳିକାମାନଙ୍କୁ ଗଣବଳାକ୍ରାର ଓ ହତ୍ୟା କରାଯିବା ଘଟଣାକୁ ମହିଳା କଂଗ୍ରେସ ନିନ୍ଦା କରିଥିଲା । ଏହା ଉପରେ ଜବାବ ରଖିବା ପାଇଁ ମହିଳା କଂଗ୍ରେସ ଗତ ୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେତାବନୀ ଦେଇଥିଲା । ଯଦି ମୁଖ୍ୟମନ୍ତ୍ରୀ ପ୍ରତିକ୍ରୀୟା ନ ରଖିବେ ତେବେ ସେମାନେ ନବୀନ ନିବାସକୁ ଧସେଇ ପଶିବେ ବୋଲି ଘୋଷଣା କରିଥିଲେ । ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ହାତରେ କଳା ବେଲୁନ ଓ ଟମାଟୋ ଧରି ନବୀନ ନିବାସ ଆଡ଼କୁ ଯାଇଥିଲେ । ପୁଲିସ ବାଟରେ ଅଟକାଇବାରୁ ସେଠାରେ କଳା ବେଲୁନ ଉଡ଼ାଇବା ସହ ଟମାଟୋ ମାଡ଼ କରିଥିଲେ । ପୁଲିସ ପ୍ରାୟ ୬୦ ଜଣ ମହିଳା କଂଗ୍ରେସ କର୍ମୀଙ୍କୁ ଗିରଫ କରି ନେଇଥିଲା । ପରେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି ।

https://www.onakhabar.com/teachers-strike-in-pmg-square/

Leave A Reply

Your email address will not be published.