OnaKhabar

ସହିଦ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୦ ଲକ୍ଷ ଲେଖାଏ ସହାୟତା

45

ଭୁବନେଶ୍ୱର: ଜାମ୍ମୁ-କାଶ୍ମୀରର ପୁଲୱାରେ ବୁଧବାର ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଏଥିସହ ଆଜି ସକାଳେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଦୁଇ ସହିଦ ପରିବାରଙ୍କ ସହ କଥା ହୋଇଥିଲେ । ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଧର୍ଯ୍ୟ ଧରିବାପାଇଁ ଅନୁରୋଧ କରିଥିଲେ ।ଏବଂ ସହିଦଙ୍କ ମାତା ଓ ପତ୍ନୀଙ୍କ ସହ କଥା ହୋଇଥିଲେ । ଏହା ପରେ ସହାୟତା ରାଶି ଘୋଷଣା କରିଛନ୍ତି । ଦୁଇ ଓଡ଼ିଆ ସହିଦ ହେଲେ ଜଗତିସିଂପୁର ନାଉଗାଁର ପ୍ରଶନ ସାହୁ ଓ ନିଆଳି ରତନପୁରର ମନୋଜ କୁମାର ବେହେରା ।

https://www.onakhabar.com/jammu-kasmir-attack-2-odia-jaban-dead/