OnaKhabar

ନବୀନ ବାବୁ ଓବିସି ବର୍ଗର ଲୋକଙ୍କୁ ଆରକ୍ଷଣ ନଦେଇ ଦିନରେ ଲଣ୍ଠନ ଦେଖାଉଛନ୍ତି-ଧର୍ମେନ୍ଦ୍ର ପ୍ରଧାନ

0 14

 ଆଗାମୀ ନିର୍ବାଚନରେ ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେବ – ରାମ କ୍ରିପାଲ ଯାଦବ

 ବଲାଙ୍ଗୀର/କଂଟାବାଞ୍ଜି  : ୧୯ ବର୍ଷର ଶାସନ ପରେ ବି ନବୀନ ବାବୁ ଓବିସି ପିଲାଙ୍କୁ ଆରକ୍ଷଣ ନଦେଇ ଦିନରେ ଲଣ୍ଠନ ଦେଖାଉଛନ୍ତି । ଆଜି ସାରାଦେଶରେ ଓବିସି ବର୍ଗର ପିଲାମାନେ ପାଠପଢା ଓ ଚାକିରିରେ ସଂରକ୍ଷଣ ପାଉଥିବା ବେଳେ ଓଡିଶାରେ କାହିଁକି ଏହି ସଂରକ୍ଷଣ ପାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ନବୀନ ବାବୁଙ୍କ ସରକାର ୧୯ ବର୍ଷ ରହିବା ପରେ କିଛି କାମ କରିନଥିବା ବେଳେ ମୋଦି ସରକାର ଦାୟିତ୍ୱ ନେବା ପର ଠାରୁ ୫ ବର୍ଷ ହେଲା ନିରନ୍ତର ଭାବେ କାମ କରୁଛନ୍ତି । ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ରହିବ । ଦିଲ୍ଲୀରେ ମୋଦି ସରକାର ଓ ଭୁବନେଶ୍ୱରରେ ମଧ୍ୟ ମୋଦି ସରକାର ବନିବ ବୋଲି କେନ୍ଦ୍ର ଉନ୍ନୟନ ମନ୍ତ୍ରୀ ରାମ କ୍ରିପାଲ ଯାଦବ କହିଛନ୍ତି ।

 ଖୁସିରେ କିଏ ଅଛି ତାହା ଆଗାମୀ ନିର୍ବାଚନରେ ଜଣାପଡିବ , ଓଡିଶାର ଲୋକ ଏହାର ହିସାବ ଦେବେ
 ମୁଖ୍ୟମନ୍ତ୍ରୀ ଏବେ ଚାରିଆଡେ ଦେଢ ମିନିଟର ଭାଷଣ ଦେଉଛନ୍ତି, ଭାଷଣ ନଦେଇ ଭିଡିଓରେ ରେକର୍ଡିଂ ଶୁଣାଉଛନ୍ତି
 ୧୯ ବର୍ଷ ଶାସନରେ ରହିବା ପରେ ଜଳସେଚନ , ଘରକୁ ପିଇବାପାଣି, ସ୍କୁଲକୁ ଶିକ୍ଷକ, ଡାକ୍ତରଖାନାକୁ ଡାକ୍ତର ଦେବାରେ ସରକାର ବିଫଳ
 ନବୀନ ବାବୁ ମିଲ ମାଲିକମାନଙ୍କ ପାଖରେ ନିଜର ବିବେକକୁ ବନ୍ଧା ପକାଇଛନ୍ତି
 ବଲାଙ୍ଗୀର ସାଂସଦ ଲୋକଙ୍କ ମୌଳିକ ସମସ୍ୟା ଉପରେ ପ୍ରଶ୍ନ ନଉଠାଇ ୟୁରୋ ଫାଇଟର ପାଇଁ ଯୁକ୍ତି ବାଢିଛନ୍ତି
 ସାଂସଦ ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ କଥାକୁ ଉଠାଇବାକୁ ଯାଇଛନ୍ତି ନା ମିଶେଲ ମାମାର ରାତିଅଧିଆ ଭୋଜି ଖାଇବାକୁ ଯାଇଛନ୍ତି ?
 ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ସ୍ଥାୟୀ ପଟ୍ଟା ସହ ପକ୍କା ଘର ଦେବ ବିଜେପି

ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଝିରେ ଆୟୋଜିତ ବିଜେପିର ଓବିସି ମହାସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓବିସି ବନ୍ଧୁମାନଙ୍କର କୌଳିକ ବୃତି ଚାଷ ସହ ଜଡିତ । ମୁଖ୍ୟମନ୍ତ୍ରୀ ଏବେ ଚାରିଆଡେ ଦେଢ ମିନିଟର ଭାଷଣ ଦେଉଛନ୍ତି । ଭାଷଣ ନଦେଇ ଭିଡିଓରେ ରେକର୍ଡିଂ ଶୁଣାଉଛନ୍ତି । ମୁଖ୍ୟମନ୍ତ୍ରୀ ପଚାରୁଛନ୍ତି ଆପଣ ମାନେ ଖୁସି ତ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅପର ଲାବ, ଇନ୍ଦ୍ର କେନାଲ, ଲୋୟର ସୁକତେଲ ପ୍ରକଳ୍ପ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆରମ୍ଭ ହେଲା ପରେ ମଧ୍ୟ ବଲାଙ୍ଗୀର ଜିଲ୍ଲାରେ ପାଣି ମାଡିନାହିଁ । ଏ ଚଷାଚାଷୀ ଅଂଚଳରେ ପାଣି ମାଡୁନାହିଁ । ପିଇବା ପାଣି ପାଇପରେ ଆସୁନାହିଁ । ୧୯ ବର୍ଷ ଶାସନ ରହିବା ପରେ ଯେ ପାଣି ମୁନ୍ଦେ ପିଇବାକୁ ଦେଇପାରେ ନାହିଁ, ଜମିକୁ ପାଣି ଦେଇପାରେ ନାହିଁ । ସେ କହେ ମୁଁ ସରକାର ଚଲେଇଛି, ଆପଣମାନେ ଖୁସିରେ ଅଛନ୍ତି ନା ନାହିଁ । ଖୁସିରେ କଏ ଅଛି ତାହା ଆଗାମୀ ନିର୍ବାଚନରେ ଜଣାପଡିବ । ଓଡିଶାର ଲୋକ ଏହାର ହିସାବ ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କୃଷକମାନଙ୍କର ଆୟକୁ ବଢାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୧୫୫୦ ରୁ ବଢାଇ ୧୭୫୦ ଟଙ୍କା କଲେ । ମାତ୍ର ଏ ଅଂଚଳର ଧାନ ଏମଏସପି ଠାରୁ
କମ ମୂଲ୍ୟରେ ବିକ୍ରି ହେଉଛି । ମାତ୍ର ନବୀନ ବାବୁ ମିଲ ମାଲିକମାନଙ୍କ ପାଖରେ ନିଜର ବିବେକକୁ ବନ୍ଧା ପକାଇବାରୁ ତାଙ୍କ ବିଧାୟକ ଓ ସାଂସଦ ହାତ ଗୁଞ୍ଜା ନେଇକି ଚାଷୀମାନଙ୍କ ପଇସାକୁ ଲୁଟ କଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାରେ ଅଧାରୁ ଅଧିକ ଅଂଚଳରେ ଡାକ୍ତର ନାହାନ୍ତି । ଜିଲ୍ଲାରେ କାମର ସୁଯୋଗ ନପାଇ ଯୁବକମାନେ ରାଜ୍ୟ ବାହାରକୁ କାମ କରିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ସରକାର ୧୯ ବର୍ଷରେ ରୋଜଗାର ଦେଇପାରେ ନାହିଁ, ସେ କହେ ଆପଣ ଖୁସି ଅଛନ୍ତି । ଏ ଅଂଚଳରେ ବିନା ପିସିରେ କୌଣସି ସରକାରୀ କାମ ହୁଏ ନାହିଁ । ବିନା ପିସିରେ ଭତା, ପ୍ରଧାନମନ୍ତ୍ରୀ ଘର ମିଳୁନଥିବା ବେଳେ କୌଣସି ସରକାରୀ କାମ ଗାଁକୁ ଆସିନାହିଁ । ପିସିର ଦାନବକୁ ଦାନା କିଏ ଦେଉଛି । ଓଡିଶାର ଲୋକ ଆଜି ପିସିରେ ପେସି ହୋଇଗଲେଣି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ୯୦ ଦଶକର ଏପର୍ଯ୍ୟନ୍ତ ପାଖାପାଖି ୨୫-୩୦ ବର୍ଷରେ ଅନେକ ସରକାର ଦିଲ୍ଲୀରେ ଦାୟିତ୍ୱ ନେଇଥିଲେ । ମାତ୍ର କେହି ଓବିସି କମିଶନ ଗଠନ କରିଥିଲେ । ଓବିସି କମିଶନ ନରେନ୍ଦ୍ର ମୋଦିଙ୍କ ସରକାର ବସେଇଲେ । ସେ ପେଟ୍ରୋଲ ବିଭାଗ ଦାୟିତ୍ୱ ନେବା ପରେ ଏସସି ଏସସଟି ବର୍ଗଙ୍କ ପରି ଓବିସି ବର୍ଗର ଲୋକମାନଙ୍କୁ ମଧ୍ୟ ୨୭ ପ୍ରତିଶତ ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରରଣରେ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ପଛୁଆ ବର୍ଗର ପିଲା ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବାରୁ ଆଜି ଏହା ସମ୍ଭବ ହୋଇପାରିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ସରକାର ଓବିସି କମିଶନ ବନେଇଲେ । ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣରେ ସଂରକ୍ଷଣ ଦେଲେ । ତାହା ହେଲେ ଓଡିଶା ସରକାର ଓବିସି ବର୍ଗର ପିଲାମାନଙ୍କୁ ପାଢ ପଢେଇବାରେ କାହିଁକି ଆରକ୍ଷଣ ଦେବ ନାହି, ତାହାର ଜବାବ ମାଗିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଗତକାଲି ଷୋଡଶ ସଂସଦର ଶେଷ ଅଧିବେଶନ ହେଲା । ଏଠିକାର ଏମପି ଗତ ୫ ବର୍ଷ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ମୌଳିକ ସମସ୍ୟା ଉପରେ ପ୍ରଶ୍ନ ନଉଠାଇ ୟୁରୋ ଫାଇଟର କଥା ଉଠାଉଛନ୍ତି । ଲୋୟର ସୁକତେଲ ପ୍ରକଳ୍ପ, ରୋଜଗାର, ପିଇବା ପାଣି ସମସ୍ୟାର ପ୍ରଶ୍ନ ନଉଠାଇ ସଂସଦରେ ମୋଦି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ।
ଶ୍ରୀ ପ୍ରଧାନ ସ୍ଥାନୀୟ ସାଂସଦକୁ ସମାଲୋଚନା କରି କହିଲେ ଯେ, ସାଂସଦ , ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ କଥାକୁ ଉଠାଇବାକୁ ଯାଇଛନ୍ତି ନା ମିଶେଲ ମାମାର ରାତିଅଧିଆ ଭୋଜି ଖାଇବାକୁ ଯାଇଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଏଥର ବଲାଙ୍ଗୀରରେ ନରେନ୍ଦ୍ର ମୋଦିଙ୍କ ସରକାରକୁ ଆଣିବା ଦରକାର । ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ ବିରୋଧୀ ଦଳ ମାନେ ଏଠାରୁ ମହାଗଠବନ୍ଧନ କରୁଛନ୍ତି । ଦେଶରେ ମଜଭୁତ ସରକାର ନା ମଜବୁର ସରକାର ବନେଇବା ବୋଲି ସେ ଆହ୍ୱାନ କରିଥିଲେ । ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରାଇବା ପାଇଁ ଏମପି ପଠାଇବା ବୋଲି ସେ ଆହ୍ୱାନ କରିଥିଲେ । ନରେନ୍ଦ୍ର ମୋଦି ଦିଲ୍ଲୀରୁ ଟଙ୍କା ପଠାଇବେ । ୧୨ କୋଟି ଚାଷୀଙ୍କୁ ୬୦୦୦ ଟଙ୍କା ଲାଖାଏଁ ବର୍ଷକୁ ଦେବା ପାଇଁ ନରେନ୍ଦ୍ର ମୋଦି ଯୋଜନା କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଛନ୍ତି । ମାତ୍ର କାଳିଆ ଯୋଜନା ଗରିବ ଚାଷୀଙ୍କୁ ଦେଲେ କି ନଦେଲେ ଅଜଣା । ବଡ ବଡ ଧନୀ ଲୋକମାନଙ୍କ ଘରେ କାଳିଆ ଯାଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଛି । ମନ୍ତ୍ରୀ ଓ ବିଧାୟକ ମାନଙ୍କ ପରିବାରକୁ କାଳିଆ ଗଲାଣି । ନରେନ୍ଦ୍ର ମୋଦି ୫ ଏକରରୁ କମ ଥିବା ଜମିର ତାଲିକା ପଠାଇବାକୁ କହିଲେ । ମାତ୍ର ନବୀନ ବାବୁଙ୍କୁ ତାଲିକା ଦେବାରେ କଣ ଅସୁବିଧା ଅଛି । ପ୍ରଧାନମନ୍ତ୍ରୀ ଓଡିଶାର ଗରିବର ହିତ ପାଇଁ ଆୟୁଷ୍ମାନ ଭାରତ ଯୋଜନା କରିବା ପରେ ମଧ୍ୟ ଓଡିଶାରେ ଏହି ଯୋଜନା ଲାଗୁହେଲା ନାହିଁ ।
ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ରାଜ୍ୟ ସରକାରଙ୍କ ପ୍ରଦତ ସୂଚନା ଅନୁସାରେ ୩୦ ଲକ୍ଷ ଲୋକଙ୍କ ଘର ନାହିଁ । ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଦିଲ୍ଲୀରେ କଂଗ୍ରେସ ସରକାର ୨୫ ଲକ୍ଷ ୫୭ ହଜାର ଘର ବନେଇଥିଲେ । ମାତ୍ର ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦିଙ୍କ ସରକାର ୧ କୋଟି ୪୦ ଲକ୍ଷ ଘର ବନେଇଛନ୍ତି । ପୂର୍ବ ଘରର ଦାମ ୭୫ ହଜାର ଟଙ୍କା ଥିବା ବେଳେ ଆଜି ଘରର ଦାମ ଦେଢ ଲକ୍ଷ ଟଙ୍କା ହେଲାଣି । ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ସ୍ଥାୟୀ ପଟ୍ଟା, ପକ୍କା ଘର ବନିବ । ଓଡିଶାରେ ଆଗାମୀ ୫ ବର୍ଷରେ ଜଣେ ବି ଗରିବ ରହିବ ନାହିଁ, ତାଙ୍କ ଘରେ ସ୍ଥାୟୀ ପଟ୍ଟା ଓ ପକ୍କା ଘର ନଥିବ । ୯୫୫୫୨୨୭୨୨୭ ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ହୋଇ ପାଇଁ ଓଡିଶା ସରକାରଙ୍କୁ ପ୍ରଶ୍ନ ପଚାରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.