OnaKhabar

ସାବଧାନ! ସ୍ମାର୍ଟଫୋନ କରିପାରେ ଗର୍ଭପାତ:ଗର୍ଭାବସ୍ଥାରେ କରନ୍ତୁ ନାହିଁ ଏହାର ଉପଯୋଗ

0 10

ଆଜିକାଲିକା ସମୟରେ ବିନା ଫୋନରେ କିଛି କାମ ହୋଇପାରିବ ନାହିଁ ଭଳି ହୋଇଗଲାଣି ଦୁନିଆ ।ଏହି ଡ଼ିଜିଟାଲ୍ ଦୁନିଆରେ ସ୍ମାର୍ଟଫୋନ୍, ଲ୍ୟାପଟପ ଓ ବ୍ଲୁଟୁଥ୍ ଆଦି ର ଉତ୍ପାଦକ ବହୁଳ ବ୍ୟବହାର ହେଉଛି । ଏହା ବିନା ଦୈନିକ ଜୀବନଯାପନ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ । ହେଲେ ଖୁବ୍ କମ୍ ଲୋକେ ଏହି ବିଷୟରେ ଜାଣନ୍ତି ଯେ ଏଗୁଡିକର ବହୁଳ ବ୍ୟବହାର ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ । ବିଶେଷ କରି ଗର୍ଭବତୀ ମହିଳାଙ୍କ ଉପରେ ଏହାର ପ୍ରଭାବ ପକାଇଥାଏ ।
ସୂଚନାନୁଯାୟୀ ଉତ୍ପାଦରୁ ବିକିରଣ ହେଉଥିବା ତରଙ୍ଗ ଗର୍ଭ ଉପରେ ନକାରତ୍ମକ ପ୍ରଭାବ ପକାଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି ।ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଯୋଗୁ ଗର୍ଭପାତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏମିତି କିଛି ଗର୍ଭବତୀ ମହିଳାଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଥିଲା କି ଅଧିକ ସମୟ ଧରି ଏହି ସବୁ ଉତ୍ପାଦ ସହିତ ଜଡିତ ରହୁଥିବା ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଭୃଣ ଉପରେ ନନ୍-ଆୟୋନାଇଜିଂ ବିକିରଣର ପ୍ରଭାବ ପଡିଥାଏ । ଏବଂ ଦିନରେ ୩ ରୁ ୪ ଘଣ୍ଟା ଏହି ଉତ୍ପାଦ ସହିତ ଜଡିତ ରହୁଥିବା ଗର୍ଭବତୀ ମାଆ ମାନଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପକାଇ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେଣୁ ଯେତେ ପାରିବେ ଗର୍ଭାବସ୍ଥାରେ ଏଭଳି ସ୍ଥିତିଠାରୁ ଦୁରେଇ ରହିବା ଉଚିତ । ଅଧିକ ସମୟ ଧରି ସ୍ମାଟଫୋନ୍ ବ୍ୟବହାର କରୁଥିବା ମହିଳା ମାନଙ୍କର ଯଦି ବା ଗର୍ଭପାତ ନହୁଏ ତେବେ ପରବର୍ତ୍ତୀ ସମୟରେ ଜନ୍ମନେଉଥିବା ଶିଶୁଠାରେ ମାନସିକ ବିକୃତି ଦେଖାଯିବାର ଆଶଙ୍କା ରହିଥାଏ ।

Leave A Reply

Your email address will not be published.