OnaKhabar

ଆଇଆଇସିଙ୍କ ବଦଳି ପ୍ରତିବାଦରେ ରାସ୍ତା ରୋକ

0 18

ଆସିକା : ଗଂଜାମ ଜିଲ୍ଲା ଆସିକା ଥାନା ଆଇଆଇସିଙ୍କ ବଦଳି ପ୍ରତିବାଦରେ ଆଜି ରାସ୍ତା ରୋକ କରାଯାଇଥିବା ଦେଖିବାକୁ ମିଳିଛି | ଆସିକାରେ ସବୁବେଳେ ଗଣ୍ଡଗୋଳ ଲାଗିରହୁଥିଲା, ଅପରାଧ ହେଉଥିଲା କିନ୍ତୁ ଥାନା ଅଧିକାରୀ ଭାବେ ସନ୍ତୋଷ କୁମାର ଜେନା ଯୋଗ ଦେବା ପରେ ପରିସ୍ଥିତି ନିୟନ୍ତ୍ରଣରେ ଥିଲା ବୋଲି ସେଠାକାର ଲୋକେ କହିଛନ୍ତି ।
ସେ ଯୋଗ ଦେବା ପରେ ପରେ ସହରରେ ଅପରାଧ ନିୟନ୍ତ୍ରଣ ସାଗଂକୁ ୬ ରୁ ଅଧିକ ଅପରାଧିଙ୍କୁ ଏନକାଉଣ୍ଟର କରିଥିଲେ । ବହୁ ବେଆଇନ ମାଉଜର ଜବତ ହୋଇଥିଲା । ବହୁ ପୁରାତନ ହତ୍ୟା କାଣ୍ଡର ଖୁଲାସା କରିପାରିଛନ୍ତି । ଏମିତି କି ତିତଲି ବନ୍ୟା ପରିସ୍ଥିତିକୁ ମୁକାବିଲା ସହ ସମସ୍ତ ବର୍ଗର ଲୋକଙ୍କ ଭିତରେ ଆଦୃତ ହୋଇ ପାରିଛନ୍ତି |ଫଳରେ ତାଙ୍କ ବଦଳିକୁ ସହରବାସୀ ବାତିଲ ପାଇଁ ଦାବି କରିଛନ୍ତି । ଏମିତି କି ଆସିକା ସହରରେ ମୁଖ୍ୟ ସଡକ ଉପରେ ଟାୟର ଜାଳି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି |

https://www.onakhabar.com/bank-stopped-up-to-26th-dec/

Leave A Reply

Your email address will not be published.