OnaKhabar

ଶିକ୍ଷକଙ୍କୁ ମୋବାଇଲ ମନା, ପ୍ରଶ୍ନପତ୍ର ଜଗିବ ସିସିଟିଭି

0 22

ଭୁବନେଶ୍ୱର: ମାର୍ଚ୍ଚ ୭ରୁ ଆରମ୍ଭ ହେବାକୁ ଯାଉଥିବା ଉଚ୍ଚମାଧ୍ୟମିକ ପରିଷଦ ପକ୍ଷରୁ +୨ ପରୀକ୍ଷାକୁ ଶୃଙ୍ଖଳିତ ତଥା ତ୍ରୁଟିଶୂନ୍ୟ କରିବାକୁ ଷରିଷଦ ପକ୍ଷରୁ ନୂତନ ଯୋଜନା କରାଯାଇଛି । ରାଜ୍ୟର ମୋଟ ୨୦୨ଟି ହବରେ ସମସ୍ତ ପ୍ରଶ୍ନପତ୍ର ରଖାଯିବ । ପ୍ରଶ୍ନପତ୍ରକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯିବ । ଏହାବ୍ୟତୀତ ସ୍ଥାନୀୟ ପୁଲିସକୁ ପ୍ରଶ୍ନପତ୍ର ସୁରକ୍ଷା କାମରେ ନିୟୋଜିତ କରାଯିବ । ଛାତ୍ରଛାତ୍ରୀ ଓ ପରୀକ୍ଷା ହଲରେ ଥିବା ଅଧ୍ୟାପକ ପ୍ରବେଶ ପରେ ପ୍ରଶ୍ନପତ୍ର ହଲ୍କୁ ପଠାଯିବ ଏବଂ ସିସିଟିଭଳି ସମ୍ମୁଖରେ ପରୀକ୍ଷା ଦିନ ସକାଳେ ହବ ଅଧୀକ୍ଷକ ଓ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ପ୍ରଶ୍ନପତ୍ର ଖୋଲାଯାଇ କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପଠାଯିବାକୁ ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୮ରୁ ଆରମ୍ଭ ହୋଇଥିବା +୨ ବିଜ୍ଞାପ ଛାତ୍ରୀଛାତ୍ରଙ୍କ ପ୍ରାକ୍ଟିାକାଲ ଆସନ୍ତା ଶୁକ୍ରବାର ଶେଷ ହେବ ।
ପରିଷଦ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ମୋଟ ୧୦୯୧ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ମୋଟ ୩ ଲକ୍ଷ ୭୭ ହଜାର ୫୦୦ ଜଣ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବେ । କଳା ପାଠ୍ୟକ୍ରମରେ ୨ ଲକ୍ଷ ୩୪ ହଜାର ବିଜ୍ଞାନରେ ୯୯ ହଜାର, ବାଣିଜ୍ୟରେ ୨୭ ହଜାର ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୭୫୦୦ ଛାତ୍ରୀଛାତ୍ର ଚଳିତ ବର୍ଷ ପରୀକ୍ଷା ଦେବେ ।
ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଚଳିତବର୍ଷ କେନ୍ଦ୍ରକୁ ଅଧ୍ୟାପକ/ଅଧ୍ୟାପିକା ମୋବାଇଲ ପୋନ ନେବା ଉପରେ କଟକଣା ଜାରି କରାଯାଇଛି । ଶିକ୍ଷାନୁଷ୍ଠାନରେ ଅଧ୍ୟାପକଙ୍କ ମୋବାଇଲ ଗୋଟିଏ ସ୍ଥାନରେ ପରୀକ୍ଷା ଗୃହ ବାହାରେ ରକାଯିବ । ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିନାନୁଷ୍ଠାନ ପକ୍ଷରୁ ଧାର୍ଯ୍ୟ ସ୍ଥାନରେ ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ନାମ ପଞ୍ଜୀକରଣ କରି ମୋବାଇଲ ରଖାଯିବ । ପରୀକ୍ଷାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯିବ । ଜିଲ୍ଲା ଜୋନ ଏବଂ ରାଜ୍ୟସ୍ତରୀୟ ସ୍କ୍ୱାର୍ଡ କପି ରୋକିବା କାମରେ ନିୟୋଜିତ ହେବେ । ଏହାବ୍ୟତୀତ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ କପି ରୋକିବା ପାଇଁ ପଦକ୍ଷେପ ନିଆଯିବ । ହବ ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ କେନ୍ଦ୍ରଗୁଡ଼ିକର ପରୀକ୍ଷା ପରିଚାଳନା ଉପରେ ନଜର ରଖିବେ । ସେମାନେ ପ୍ରତିଦିନ ପରିଷଦ କାର୍ଯ୍ୟାଳକୁ ରିପୋର୍ଟ ପ୍ରଦାନ କରିବେ । ଉକ୍ତ ଅଧିକାରୀ ପରୀକ୍ଷା ସରିବା ପରେ ଖାତାକୁ ନେଇ ହବରେ ଦାଖଲ କରିବେ । ହବ ପକ୍ଷରୁ ପରୀକ୍ଷା ଖାତାକୁ ପୋଷ୍ଟ ଅଫିସ ଜରିଆରେ ମୂଲ୍ୟାୟନ କେନ୍ଦ୍ରକୁ ପଠାଯିବ । ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କେବଳ ପରୀକ୍ଷା ବାହାରୁ ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେ । କେନ୍ଦ୍ର ବାହାରେ ଅଭିଭବକ ଓ ସାଧାରଣ ବ୍ୟକ୍ତିଙ୍କ ଭିଡ଼ ଉପରେ କଣକଣା ଜାରି କରାଯାଇଛି । ସୁରକ୍ଷା ପାଇଁ ମଧ୍ୟ ପୁଲିସର ସହାୟତା ନେଇପାରିବେ ବୋଲି ଜଣାପଡ଼ିଛି ।
ସିସିଟିଭଳି ସବୁ ପରୀକ୍ଷା ହଲ୍ରେ ଲଗାଇବାକୁ ବାଧ୍ୟ କରାଯାଇଛି । ମୋଟ ୧୦୯୧ଟି କେନ୍ଦ୍ର ମଧ୍ୟରୁ ପ୍ରାୟ ୮୦୦ଟିରେ ଏଯାବତ ସିସିଟିଭି ଲଗାଯାଇଛି । ଯେଉଁ ପରୀକ୍ଷା ହଲ୍ରେ ସିସିଟିଭି ନ ଲାଗିଛି ଯୁଦ୍ଧକାଳିନ ଭିତ୍ତିରେ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

https://www.onakhabar.com/teacher-strick/

Leave A Reply

Your email address will not be published.