OnaKhabar

ପୁଣି ଶିକ୍ଷକ ଦେଲେ ଚେତାବନୀ, ନିଜେ ନିଜର କରିବେ ଶ୍ରାଦ୍ଧ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ମାଟ୍ରିକ ଓ ମାର୍ଚ୍ଚ ୬ରୁ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏପଟେ ଶିକ୍ଷକଙ୍କ ଆନ୍ଦୋଳ ପୁଣି ମୁଣ୍ଡ ଟେକିଲାଣି । ପୁରୁଣା ଦାବି ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହ ଶିକ୍ଷକ ଓ କର୍ମଚାରୀମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଆହୁରି ମଧ୍ୟ ଆଗକୁ ମାଟ୍ରିରକ ପରୀକ୍ଷା ସହ ସାଧାରଣ ନିର୍ବାଚନରେ ସହଯୋଗ କରିବେ ନାହିଁ ବୋଲି ସଙ୍ଗଠନର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି ।
ଶ୍ରୀ ମହାନ୍ତି କହିଛଡ଼୍ତି ପୂର୍ଣ୍ଣ ଅନୁଦାନ ପାଉଥିବା ୬୪୮ଟି ବିଦ୍ୟାଳୟକୁ ସରକାରୀକରଣ କରିବା ପାଇଁ ୨୪ ବର୍ଷ ହେଲା ଦାବି ହେଉଛି । କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଫାଇଲ୍ ରହିଛି ତ କେତେବେଳେ ଅର୍ଥ ବିଭାଗକୁ ମଞ୍ଜୁରୀ ପାଇଁ ଯାଇଛି ବୋଲି ବିଭାଗୀୟ ଅଧିକାରୀମାନେ ତାଙ୍କୁ ବାରମ୍ବାର କହୁଥିବା ସେ କହିଛନ୍ତି । କିନ୍ତୁ ଦାବି ପୁରଣ ହେଉନାହିଁ । ଏହା ଭିତରେ ବହୁତ ଜଣ ଶିକ୍ଷକ ଅବସର ନେଇ ସାରିଲେଣି । ଫଳରେ ସେ ସବୁ ସ୍କୁଲ ବନ୍ଦ ବେହାକୁ ବସିଲାଣି । ୧୪ ବର୍ଷ ଧରି ଆନ୍ଦୋଳନ କରିବା ପରେ ବ୍ଲକଗ୍ରାଣ୍ଡ ପରି ନୂତନ ଅନୁଦାନ ନିୟମ କଲେ । କିନ୍ତୁ ଚାକିରି ନିୟମାବଳୀ ଓ ଚାକିରି ପରେ ସୁବିଧା ସୁଯୋଗ ଲାଗୁ କରାଯାଉନାହିଁ । ସମସ୍ତଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କରିଥିଲେ ମଧ୍ୟ ସେଥିରେ ଟାଳଟୁଳ ନୀତି ରହିଛି ଏବଂ ୧୭୭ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ଦେବେ ବୋଲି ବାରମ୍ବାର କୁହାଯାଉଥିଲେ ମଧ୍ୟ ତାହା ମଧ କାରିକାରୀ ହେଉନି । ପ୍ରାୟ ଅଧିକାଂଶ ସ୍କୁଲରେ ପ୍ରଧାନ ଶିକ୍ଷକ ନାହାଁନ୍ତି । ଦୀର୍ଘ ୩ ବର୍ଷ ହେଲା ପଦୋନ୍ନତି ହେଉନି । ଆରଏସପି ଲାଗୁ କ୍ଷେତ୍ରରେ ସରକାର ଜାଣିଶୁଣି କେଉଁ ପୁରାଉଛନ୍ତି । ଫଳରେ ଅବସର ନେଇଯାଇଥିବା ଶିକ୍ଷକମାନେ ପେନସନ ନ ପାଇ ହଇରାଣ ହରକତ ହେଉଛନ୍ତି । ଏହା ପରେ ଯଦି ସରକାର ନ ବୁଝନ୍ତି ତାହାହେଲେ ସବୁ କ୍ଷେତ୍ରରେ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ଓଷ୍ଟାର ସଭାପତି କହିଛନ୍ତି ।
ଏହାଛଡ଼ା ଶିକ୍ଷକ ଓ କର୍ମଚାରୀମାନେ ସରକାରଙ୍କ ପ୍ରତାରଣା ପ୍ରତିବାଦରେ ଆଗକୁ ଆତ୍ମାହୂତି ଦେବେବୋଲି ଧମକ ଦେଇଛନ୍ତି । ୨୦୦୮ ପରିବର୍ତ୍ତୀ ଅଧ୍ୟାପକ ଓ କର୍ମଚାରୀମାନେ ମଧ୍ୟ ସରକାରଙ୍କ ନିକଟରେ ତାଙ୍କର ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ପାଇନାହାଁନ୍ତି । ଏଥିପାଇଁ ସଂଘର ସଦସ୍ୟମାନେ ଆଜି ସମୂହ ଭାବେ ନିଜର ଶ୍ରାଦ୍ଧ କରିବେ ଏବଂ ଆସନ୍ତାକାଲି ଆତ୍ମାହୂତି ଦେବେ ବୋଲି ଧମକ ଦେଇଛନ୍ତି ।

https://www.onakhabar.com/teachers-association-announced/