OnaKhabar

ପାରାଦୀପକୁ ପୃଥିବୀର ଗୋଟେ କ୍ରିୟାଶୀଳ ଅଂଚଳ ଭାବେ ତିଆରି କରିବା ସ୍ୱପ୍ନ -ଧର୍ମେନ୍ଦ୍ର ପ୍ରଧାନ

35

ପାରାଦୀପ: ପାରାଦୀପ ବନ୍ଦର ଭବିଷ୍ୟତରେ ଦେଶର ୧ ନମ୍ବର ବନ୍ଦର ହେବ । କେବଳ ଏକ ନମ୍ବର ହେବନି, ଓଡିଶା ବିକାଶରେ ଗ୍ରୋଥ୍ ଇଞ୍ଜିନ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ସେ କହିଛନ୍ତି ଯେ, ଆଗକୁ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ହେବ । ବନ୍ଦର ଓ ରାଜପଥ ନିର୍ମାଣରେ ବ୍ୟାପକ ଖର୍ଚ୍ଚ କରାଯିବ । ସେହିପରି ପାରାଦୀପକୁ କେବଳ ପୂର୍ବ ଭାରତର ବା ଭାରତର ନୁହେଁ, ପୃଥିବୀର ଗୋଟେ କ୍ରିୟାଶୀଳ ଅଂଚଳ ଭାବେ ତିଆରି କରିବାର ତାଙ୍କର ସ୍ୱପ୍ନ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପାରାଦୀପକୁ ଗୋଟିଏ ସମୟରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ ଆସିଥିଲେ ା ପାରାଦୀପ ରିଫାଇନାରୀର ଶୁଭ ଦେବା ପାଇଁ ତକ୍ରାଳୀନ ପ୍ରଧାନମମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଆସିଥିଲେ ଏବଂ ଏହାକୁ ଲୋକାର୍ପଣ କରିବା ପାଇଁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ ।

 ଆଗକୁ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ହେବ
 ବନ୍ଦର ଓ ରାଜପଥ ନିର୍ମାଣରେ ବ୍ୟାପକ ଖର୍ଚ୍ଚ ବିନିଯୋଗର ଯୋଜନା
 ପାରାଦୀପ ଓଡିଶାର ବିକାଶ ଦୀପ ଏବଂ ଓଡିଶା ଯୁବକଙ୍କ ଭାଗ୍ୟର ଦୀପ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ
 ଓଡିଆ ଯୁବକ ଏବେ ଚାକିରୀ ଖୋଜିବେ ନାହିଁ ବରଂ ମାଲିକ ବନିବ
 ମୋଦି ସରକାର ଦାୟିତ୍ୱରେ ଆସିବା ପରେ ନୀତିନ ଗଡକରୀଙ୍କ ଦୂରଦୃଷ୍ଟି କାରଣରୁ ପାରାଦୀପ ପୋର୍ଟ
ଭାରତବର୍ଷର ଏକ ନମ୍ବର ବନ୍ଦର ହେବାକୁ ଯାଉଛି
 ୫ ବର୍ଷରେ ପାରାଦୀପ ବନ୍ଦରର କ୍ଷମତାରେ ଦ୍ରୁତ ବୃଦ୍ଧି
 ୪୧୫ କିମି ଉପକୂଳ ରାଜପଥ ରାଜ୍ୟ ପାଇଁ ବଡ ଉପହାର ମାତ୍ର ରାଜ୍ୟ ସରକାରଙ୍କ ଅସହଯୋଗ
 ରାଜ୍ୟ ସରକାର ସହଯୋଗୀ ହେବା ପରିବର୍ତେ ବାଧକ ସାଜିଛନ୍ତି
 କଳାପାହାଡ ମାନଙ୍କୁ ତାଗିଦ କରି ଓଡିଶାର ବିକାଶ ପାଇଁ ରାଜ୍ୟ ସରକାର ଜାତୀୟ ରାଜପଥକୁ ସହଯୋଗୀର
ହାତ ବଢାନ୍ତୁ

ମାନ୍ୟବର ମୋଦି ଓଡିଆ ଜାତିର ସ୍ପନ୍ଦନ କେନ୍ଦ୍ର ପାରାଦୀପକୁ ପୂର୍ବୋଦୟର କେନ୍ଦ୍ର ବୋଲି କହିବା ସହ ଏହା ବିକାଶ ଦୀପ ଏବଂ ଓଡିଶା ଓ ଯୁବକଙ୍କ ଭାଗ୍ୟର ଦୀପ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଓଡିଆ ଯୁବକ ଏବେ ଚାକିରୀ ଖୋଜିବେ ନାହିଁ ବରଂ ମାଲିକ ବନିବେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପୂର୍ବରୁ ପାରାଦୀପ ପୋର୍ଟର ବ୍ୟବସାୟ ୬୮ ମିଲିୟନ ମେଟ୍ରିକ୍ ଟନ ଥିଲା ମାତ୍ର ମୋଦି ସରକାର ଦାୟିତ୍ୱରେ ଆସିବା ପରେ ନୀତିନ ଗଡକରୀଙ୍କ ଦୂରଦୃଷ୍ଟି କାରଣରୁ ଏବଂ ଯୋଗ୍ୟ ଅଧିକାରୀଙ୍କ ପରିଶ୍ରମ ବଳରେ ପାରାଦୀପ ପୋର୍ଟ ଭାରତବର୍ଷର ଏକ ନମ୍ବର ବନ୍ଦର ହେବାକୁ ଯାଉଛି । ବନ୍ଦରର ବ୍ୟବସାୟ ୬୮ ମିଲିୟନ ମେଟ୍ରିକ୍ ଟନରୁ ୧୧୦ ପର୍ଯ୍ୟନ୍ତ କାମ ବଢେଇବାର ସୌଭାଗ୍ୟ ଏହି ଟିମକୁ ମିଳିଛି । ସ୍ଥାନୀୟ ଅଂଚଳରେ ଥଇଥାନ ସମ୍ପର୍କରେ ମତ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନୀତି ନିର୍ଦ୍ଦେଶକୁ ପାରାଦୀପ ପୋର୍ଟ ହେଉ କିମ୍ବା ରିଫାଇନାରୀ ହେଉ ପାଳନ କରିବେ । ସବୁ ବିଷୟର ବ୍ୟବସ୍ଥା ଏ କମ୍ପାନୀ ଗୁଡିକ କରିବେ । ରାଜ୍ୟ ସରକାର ଗୋଟିଏ ପାଦ ଆଗକୁ ଗଲେ ଭାରତ ସରକାର ଦୁଇ
ପାଦେ ଆଗକୁ ଯିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଆଜି ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କିମ୍ବା ଆରମ୍ଭ କରାଯିବ । ଏ ଅଂଚଳରେ ପାରାଦୀପ ପୋର୍ଟକୁ ଏକ ନୂଆ ସ୍ତରକୁ ନେବାରେ ନୀତିନ ଗଡକରୀଙ୍କ ଦୂରଦୃଷ୍ଟି ଅତୁଳନୀୟ । ଏହି ଶିଳ୍ପ ପାଇଁ ବିଶ୍ୱସ୍ତରକୁ ନେବା ପାଇଁ ସେ ଉଦ୍ୟମ କରୁଛନ୍ତି । ଆଜି ଓଡିଶା ପାଇଁ ଦାୟିତ୍ୱ ନେଇ ସେ ବଦାନ୍ୟତା ଦେଖାଇଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପର ବିଭିନ୍ନ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବା ଦରକାର । ଶ୍ରୀ ପ୍ରଧାନ କହିଛନ୍ତି ଭାରତମାଳା ପ୍ରକଳ୍ପରେ ଦୀଘା ଓ ଆନ୍ଧ୍ର ରାଜପଥ ପାଇଁ ରାଜ୍ୟ ସରକାର ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ୪୧୫ କିମି ଉପକୂଳ ରାଜପଥ ରାଜ୍ୟ ପାଇଁ ବଡ ଉପହାର ଦିଲ୍ଲୀ ସରକାରର ହେବ । ମାତ୍ର ଏଥିପାଇଁ ରାଜ୍ୟ ସରକାର ସହଯୋଗୀ ହେବା ପରିବର୍ତେ ବାଧକ ସାଜିଛନ୍ତି । ୨୦୧୫ରୁ ନିରନ୍ତର ଭାବେ ୪ ବର୍ଷ ହେଲା ବାର୍ତାଳାପ ଚିଠି ଲେଖା ପରେ ମଧ୍ୟ ରାଜ୍ୟ ସରକାର ସହଯୋଗ କଲେ ନାହିାଁ ଓଡିଶାର ବିକାଶ ପାଇଁ ନରେନ୍ଦ୍ର ମୋଦି ସରକାର ବଦ୍ଧ ପରିକର । ଏପରି ସ୍ଥିତିରେ କଳାପାହାଡ ମାନଙ୍କୁ ତାଗିଦ କରି ଓଡିଶାର ବିକାଶ ପାଇଁ ରାଜ୍ୟ ସରକାର ଜାତୀୟ ରାଜପଥକୁ ସହଯୋଗୀର ହାତ ବଢାନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସ୍ୱାମୀର ମୃତ୍ୟୁ ହେଉ ପଛେ କିନ୍ତୁ ସଉତୁଣୀ ବିଧବା ହେଉ ନୀତି ରାଜ୍ୟ ସରକାର ଆପଣାଇଛନ୍ତି ବୋଲି ସେ କହିଛନ୍ତି ।

https://www.onakhabar.com/nitin-gadkari-to-lay-foundation-stone-for-rs-2345-crore-highway-projects-in-odisha/