OnaKhabar

ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଭିଡିଓ ଜାରି କଲା ବିଜେପି ମହିଳା ମୋର୍ଚ୍ଚା

0 12

 ଭିଡିଓରେ ଅଛି ପିପିଲି ବେବିନାର ଦୁଃଖ ଆଉ ତାର ଅନ୍ତରାତ୍ମାର କାହାଣୀ
 ମହିଳାଙ୍କ ଉପରେ ଅତ୍ୟାଚାରକୁ ନେଇ ଜବାବ ମାଗୁଛି ମହିଳା ମୋର୍ଚ୍ଚା
 ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ପ୍ରଦର୍ଶିତ ହେବ ଭିଡିଓ
 ରାଜ୍ୟ ପୋଲିସ ଓ କ୍ରାଇମବ୍ରାଂଚ ଶାସକ ଦଳର ରାଜନେତା ଏବଂ ଅପରାଧୀମାନଙ୍କର
ହାତବାରିସି ସାଜିଛନ୍ତି
ଭୁବନେଶ୍ୱର : ଓଡିଶାରେ ମହିଳା ଏବଂ ନାବାଳିକାମାନେ ଆଜି ଲଜ୍ଜିତ, ଅପମାନିତ ଏବଂ ଅସୁରକ୍ଷିତ । ରାଜନୈତିକ ପୃଷ୍ଠପୋଷକତା ପାଇଁ ଖସି ଯାଉଛନ୍ତି ଗଣଦୁର୍ଷ୍କମ ଭଳି ଘଟଣାରେ ଅପରାଧୀମାନେ । ରାଜ୍ୟ ପୋଲିସ ଓ କ୍ରାଇମବ୍ରାଂଚ ଶାସକ ଦଳର ରାଜନେତା ଏବଂ ଅପରାଧୀମାନଙ୍କର ହାତବାରିସି ସାଜିଛନ୍ତି । ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ଆଜି ଓଡିଶାରେ ହେଉଥିବା ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବା ଅଭିଯାନରେ ଏକ ଭିଡିଓ ରିଲିଜ କରାଯାଇଛି । ସେହି ଭିଡିଓରେ ପିପିଲିର ବେବିନାର ଦୁଃଖ ଆଉ ତାର ଅନ୍ତରାତ୍ମାର କାହାଣୀ ରହିଛି ।
ଗଣଦୁର୍ଷ୍କମ ପରେ ମୃତ୍ୟୁବରଣ କରିଥିବା ପିପିଲିର ଦଳିତ ଝିଅ ବେବିନାର ଆତ୍ମା ଆଜି ନ୍ୟାୟ ମାଗୁଛି । ଏ କାହାଣୀ କେବଳ ବେବିନା ର ନୁହେଁ । ଏ କାହାଣି ମାଧବିଲତା, ଇତିଶ୍ରୀ, କୁନ୍ଦୁଲି ପୀଡିତାର କାହାଣୀ ସହ ସମାନ । ଏହି ଭିଡିଓକୁ ନେଇ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯିବ । ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଲୁଥିବା ‘ଜବାବ ମାଗୁଛି ଓଡିଶା’ ଗାଡିରେ ଏହି ଭିଡିଓକୁ ସମସ୍ତ ଗ୍ରାମରେ ପ୍ରଦର୍ଶିତ କରାଯିବ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡାା ଶ୍ରୀମତୀ ପରିଡା କହିଛନ୍ତି ଯେ, ରାଜ୍ୟର ଅପରାଧିକ ମାମଲାର ସବୁଠାରୁ ବଡ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ଅପରାଧୀଙ୍କୁ କିପରି ଖସାଇ ଦିଆଯାଇପାରିବ ସେହି ଦିଗରେ କାମ କରୁଛି । କ୍ରାଇମବ୍ରାଂଚ ଯେତେଗୁଡିଏ ଦୁର୍ଷ୍କମ ଏବଂ ଗଣଦୁର୍ଷ୍କମ ମାମଲାର ତଦନ୍ତ କରିଛି ସବୁ ମାମଲାରେ ଦୋଷୀ ଖସିଯାଇଛନ୍ତି । ଏହା ହେଉଛି କ୍ରାଇମବ୍ରାଚଂର ଅସଲ ଚେହେରା । ତଦନ୍ତକାରୀ ସଂସ୍ଥା ଓଡିଶା ପୋଲିସ ରକ୍ଷକ ବଦଳରେ ଭକ୍ଷକ ସାଜିଛି । ଓଡିଶା ପୋଲିସ ସମ୍ବେଦନଶୀଳ ହେଉନାହିଁ । ଗୋଟିଏ ଗଣଦୁର୍ଷ୍କମ ମାମଲାରେ ଦୋଷୀ ଖସିଯିବା ପରେ କ୍ୟାବିନେଟର ଜଣ ବରିଷ୍ଠ ମନ୍ତ୍ରୀ କହୁଛନ୍ତି, ସତ୍ୟର ଜୟ ହୋଇଛି । ଏହା ଠାରୁ ଦୁଃଖଦାୟକ କଥା ଆଉ କଣ ହୋଇପାରେ । ରାଜ୍ୟରେ ମହିଳାମାନେ ଆଜି ଅସୁରକ୍ଷିତ ଏବଂ ନ୍ୟାୟ ପାଉନାହାନ୍ତି ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଏହି ଭିଡିଓରେ କିପରି ଝିଅଟିଏ ଦୁର୍ଷ୍କମର ଶିକାର ହେଲା, କିପରି ତାର ପରିବାର ଲୋକେ ନ୍ୟାୟ ପାଇଁ ଏ ଦୁଆର ସେ ଦୁଆର ହେଲେ, ଆଉ ସରକାରୀ କଳ କିପରି ଭାବେ ତାଙ୍କୁ ପ୍ରତାରଣ କଲା, ରାଜନେତାମାନେ ଯେଉଁମାନେ ଲୋକମାନଙ୍କ ସେବା କରିବା ପାଇଁ ସମ୍ବିଧାନ ଆଗରେ ଶପଥ କରିଛନ୍ତି ସେମାନେ କିପରି ଦୁର୍ଷ୍କମକାରୀକୁ ଖସାଇବା ପାଇଁ ଷଡଯନ୍ତ୍ର କରିଲେ ତାହାର କଥା ରହିଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଏହି ଭିଡିଓକୁ ନେଇ ମହିଳା ମୋର୍ଚ୍ଚା ସାରା ରାଜ୍ୟରେ ଜବାବ ମାଗିବ । ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଲୁଥିବା ଜବାବ ମାଗୁଛି ଓଡିଶା ଗାଡିରେ ଏହି ଭିଡିଓକୁ ଗାଁ ଗଣ୍ଡାରେ ପ୍ରଦର୍ଶିତ କରାଯିବ । ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ମହିଳା ବିରୋଧୀ ମାନସିକତାକୁ ସାରା ରାଜ୍ୟରେ ଲୋକମାନଙ୍କୁ ଦେଖାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାନେତ୍ରୀ ସୁକେଶୀ ଓରାମ, ସଂପାଦିକା ସିମନ୍ତିନୀ ଜେନା, ଡ. ଲେଖାଶ୍ରୀ ସାମନ୍ତ ସିଂହାର, ସବିତା ନନ୍ଦ, ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନ ବାଳା ପଟ୍ଟନାୟକ,ନିୟତି ଗିରି ଓ ସ୍ମୃତି ପଟ୍ଟନାୟକ, ସଂପାଦିକା ରଶ୍ମିରେଖା ଦାସ, କୋଷାଧ୍ୟକ୍ଷା ବିଜୟ ଲକ୍ଷ୍ମୀ ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.