OnaKhabar

ଟ୍ରକ ଡ୍ରାଇଭରର ବେପରୁଆ ଡ୍ରାଇଭି ଲାଗି ମା କୋଳ ହେଲା ଖାଲି..

0 16

ଯାଜପୁରସଦର: ରାଜ୍ୟରେ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟି ଅନେକ ସାଧାରଣ ଜୀବନ ବାଜି ଲାଗୁଥିବାର ଦେଖିବାକୁ ମିଳୁଛି | ଏପରି ପରିସ୍ଥିତିରେ ପ୍ରଶାସନ ପଋରୁ କଡା ସୁରକ୍ଷା କରାଯାଇଥିଲେ ମଧ୍ୟ ଡ୍ରାଇଭର ମାନଙ୍କର ବେପରୁଆ ଡ୍ରାଇଭିଂ ଲାଗି ଏପରି ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି | ତେବେ ଆଜି ମଧ୍ୟ ସେହିପରି ଏକ ଘଟଣା ଘଟିଥିବାର ଦେଖିବାକୁ ମିଳିଛି | ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୧୯ ବର୍ଷିୟ ଭଣଜାର ମୃତ୍ୟୁ ହୋଇଥିବା ବେଳେ ୩୦ ମାମୁଁ ଗୁରୁତର ଆହତ ହୋଇଥିବାର ସୂଚନା ମିଳୁଛନ୍ତି | ଏପରି ମ୍ରମନ୍ତୁଦ ଦୁର୍ଘଟଣା ଘଟିଛି ଯାଜପୁର ସଦର ଥାନା ବରୀ-ବରୁଆଁ ରାସ୍ତାର କେତଟିକିଆ ନିକଟରେ | ଆଜି ଅପରାହ୍ଣ ସାଢ଼େ ୪ଟା ବେଳେ ବାଇକକୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଭଣଜାର ମୃତ୍ୟୁ ଘଟିଥିବା ବେଳେ ମାମୁ ଗୁରୁତର ଆହତ ହୋଇଛନ୍ତି । ଆହତ ମାମୁଙ୍କୁ ଚିକିତ୍ସା ପାଇଁ ଯାଜପୁର ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, କୋରେଇ ଥାନା ଭୁ‌ଷୁଙ୍ଗା ଗ୍ରାମର ବିକ୍ରମ କେଶରୀ ଜେନା ନିଜର ଭଣଜା ଯୋକଡିଆ ଅଞ୍ଚଳର ରାଜେନ୍ଦ୍ର ବିଶ୍ବାଳଙ୍କୁ ବାଇକରେ ବସାଇ ଯାଜପୁରରୋଡରୁ ବରୀକୁ ଯାଉଥିଲେ । କେତଟିକିଆ ଠାରେ ଏକ ୧୦ ଚକିଆ ଟ୍ରକ୍ ବାଇକକୁ ପଛ ପଟୁ ଧକ୍କା ଦେଇଥିଲା । ପଛରେ ବସିଥିବା ରାଜେନ୍ଦ୍ର ଗାଡି ଆଗକୁ ଛିଟିକି ପଡିଥିଲେ । ରାଜେନ୍ଦ୍ର ଉପରେ ଟ୍ରକ୍ ଚଢ଼ି ଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ତେବେ ସଂଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ । ଆସନ୍ତାକାଲି ବ୍ୟବଚ୍ଛେଦ ପରେ ମରଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି |

https://www.onakhabar.com/scool-van-accident-15-students-injuired/

 

Leave A Reply

Your email address will not be published.