OnaKhabar

ପୁଣି ବିସ୍ଥାପିତ କଲୋନୀରେ ଲାଗିଲା ନିଆଁ, ଭସ୍ମୀଭୂତ ହେଲା ୨୪ ବଖରା

0 11

ବାରିପଦା : ପୁଣି ଅଗ୍ନିକାଣ୍ଡ ଘଟି ପୋଡିଲା ୨୪ ବଖରା ଘର | ଏପରି ଅଗ୍ନିକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ଶିଆଳିନଈ ଗାଁର ଶିମିଳିପାଳ ବିସ୍ଥାପିତ କଲୋନୀରେ । ଏଥିରେ ବିସ୍ଥାପିତଙ୍କ ୨୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବାର ଅବିଯୋଗ ହୋଇଛି । ସୂଚନାନୁଯାୟୀ, ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବାର ଜଣାପଡିଛି । ତେବେ ଏହି ଅଗ୍ନିକାଣ୍ଡ କିପରି ଏବଂ କିଏ ଲଗାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଉଲ୍ଲେଖନୀୟ, ଗତ ୨୪ ତାରିଖରେ ଏହି କଲୋନୀରେ ଅଗ୍ନିକାଣ୍ଡ ଘଟି ୧୬ ବଖରା ଘର ପୋଡି ଯାଇଥିଲା । ଏହାସହ ଜଣେ ବ୍ୟକ୍ତି ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ହସ୍ପିଟାଲ୍‌ରେ ତାଙ୍କ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

https://www.onakhabar.com/fire-breaks-out-in-karanjia-one-ijuired/

Leave A Reply

Your email address will not be published.