OnaKhabar

ରାଜ୍ୟରେ ମାତିଲେ ଏଟିଏମ ଲୁଟେରା, ଟଙ୍କା ସହ ଲୁଟିଲେ ଏଟିଏମ ମେସିନ

68

ଧର୍ମଗଡ଼/ଚାନ୍ଦବାଲି : ରାଜ୍ୟରେ ଅପରାଧର ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ ତାହାକୁ ଆୟତ୍ତ କରିବା ମଦ୍ୟ କଷ୍ଟକର ହୋଇପଡିଛି | ଦୃର୍ବୁତ୍ତମାନେ ଅପରାଧ କରିବାର ଏତେ ମାତ୍ରାରେ ଅଭିନବ ପ୍ରୟାଶ ବାହାର କରୁଛନ୍ତି ଯେ ତାହାକୁ କଳନା କରିବା ମଧ୍ୟ କଷ୍ଟକର ହୋଇପଡୁଛି | ତେବେ ଗଲା କିଛି ଦିନ ହେବ ଲୁଟେରାମାନେ ଲୁଟ କରିବାର ବିଭିନ୍ନ ଉପାୟମାନ ବାହାର କରିଥିବାର ଦେଖିବାକୁ ମିଳୁଛନ୍ତି | ତେବେ ବର୍ତ୍ତମାନ ଏଟିଏମ ଲୁଟେରାମାନେ ବହୁ ମାତ୍ରାରେ ଏଟିଏମ ଲୁଟ କରିଥିବାର ଦେଖିବାକୁ ମିଳୁଛନ୍ତି | ଆଜି ରାଜ୍ୟରେ ଦୁଇଟି ଜିଲ୍ଲାରେ ଲୁଟ ହୋଇଥିବାର ଅଭିଯୋଗ ହୋଇଛି | ଆଜି କଳାହାଣ୍ଡି ଜିଲ୍ଲାରେ ଏଟିଏମ୍‌ ମେସିନକୁ ଉଠାଇ ନେଇଥିବା ବେଳେ ଆଉ ଏକ ସ୍ଥାନରେ ଲୁଟ୍‌ ପାଇଁ ଉଦ୍ୟମ ପୁଲିସ୍ ପାଟ୍ରୋଲିଂ ଗାଡ଼ି ଆସିବାରୁ ଲୁଟ ଫେଲ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଚାରିଛକରେ ଥିବା ଇଣ୍ଡିଆନ୍ ଓଭର ସିଜ୍ ବ୍ୟାଙ୍କ ଏଟିଏମରୁ ଲୁଟ୍ କରିଛନ୍ତି । ଲୁଟେରାମାନେ ଏଟିଏମ୍ ମେସିନକୁ ଗ୍ୟାସ୍‌ କଟରରେ କାଟି ପିକଅପ୍‌ ଭ୍ୟାନରେ ଲଦି ଫେରାର ହୋଇଯାଇଛନ୍ତି । କ୍ୟାସ୍‌ ବକ୍ସରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିବା ବ୍ୟାଙ୍କ କର୍ତ୍ତୁପକ୍ଷ କହିଛନ୍ତି । ସେହିପରି ବସ୍ତିପଡାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଲୁଟ୍‌ କରିବା ପାଇଁ ଦୁର୍ବୃତ୍ତ ଉଦ୍ୟମ କରିଥିଲେ । ହେଲେ ପୁଲିସ୍ ଗାଡ଼ି ଆସିବାରୁ ଲୁଟେରାମାନେ ଫେରାର ହୋଇଯାଇଥିଲେ । କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଏହାସହ ପୁଲିସର ସ୍ୱତନ୍ତ୍ର ଟିମ୍‌ ଏହାର ଯାଞ୍ଚ କରୁଥିବାର ସୂଚନା ମିଳୁଛି |
ସେହିପରି ଭଦ୍ରକ ଜିଲ୍ଲା ମତୋ ଫାଣ୍ଡିଠାରୁ ୨୦୦ମିଟର ଦୂରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ ହୋଇଯାଇଛି । ଦୁର୍ବୃତ୍ତ ଏଟିଏମ୍‌ ଉପରକୁ ବୋମା ପକାଇ ଲୁଟ୍‌ ଉଦ୍ୟମ କରିଥିଲେ । ଏପରିକି ପୁଲିସ୍‌ ଉପରକୁ ମଧ୍ୟ ବୋମା ପକାଇ ଥିଲେ। ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୫ରୁ ୬ ଜଣ ଲୁଟେରା ଏଟିଏମ୍‌ ଉପରକୁ ୭ରୁ ୮ଟି ବୋମା ପକାଇଥିଲେ । ଫଳରେ ଏଟିଏମ୍‌ଟି ଭାଙ୍ଗି ଚୁରମାର୍ ହୋଇଯାଇଥିଲା । ପାଖରେ ଥିବା ଦୋକାନୀ ଉଠି ପଡ଼ିବାରୁ ତାକୁ ବନ୍ଧୁକ ଦେଖାଇ ଧମକ୍ ଚମକ୍ ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ମତୋ ଫାଣ୍ଡି ପୁଲିସ୍ ପହଞ୍ଚିଥିଲେ । ପୁଲିସ୍‌କୁ ଦେଖି ଲୁଟେରାମାନେ ସେମାନଙ୍କ ଉପରକୁ ମଧ୍ୟ ବୋମା ପକାଇଥିଲେ । ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ରାସ୍ତାକୁ ସିଲ୍‌ କରି ଯାଞ୍ଚ ଚଳାଇଛି । ତେବେ ଏଟିଏମ୍‌ରୁ ଲୁଟ୍‌ ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଜଣାପଡିଛି |