OnaKhabar

ଶିକ୍ଷା-ରୋଜଗାର ଅଧିକାର ଅଭିଯାନ ନିର୍ବାଚନରେ ଦଖଲ ଦେବ

0 12

ଆଜି ଶିକ୍ଷା-ରୋଜଗାର ଅଧିକାର ଅଭିଯାନ ତରଫରୁ ଭୁବନେଶ୍ୱର ସ୍ଥିତ ନେହେରୁ ଯୁବକେନ୍ଦ୍ର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେଶିକ୍ଷା, ରୋଜଗାରର ବିଷୟକୁ ନେଇ ଆଗାମୀ ନିର୍ବାଚନରେ ଦଖଲ ଦେବ ବୋଲି ଘୋଷଣା କରାଯାଇଥିଲା । ଗୋଟିଏ ପଟେ ବିଜେଡ଼ି, ବିଜେପି ସହ ସବୁ ରାଜନୈତିକ ଦଳ ନିର୍ବାଚନରେ ମିଛ ପ୍ରତିଶ୍ରୃତି, ମଦ, ଅର୍ଥବଳରପ୍ରୋଲେଭନ ଦେଖାଉଥିବାବେଳେ ଅନ୍ୟପଟେଓଡ଼ିଶାର ଜନ ସଂଗଠନର ଏହି ସାମୁହିକ ମଂଚ ନିର୍ବାଚନରେ ଦର୍ଶକର ଭୂମିକା ନ ନେଇ ସିଧାସଳଖ ଦଖଲ ଦେଇ ଛାତ୍ର, ଯୁବପିଢି ଓ ନାରୀ ଶକ୍ତିର ଅଧିକାରକୁ ନେଇ ସଚେତନ ଓ ସଂଘର୍ଷ କରିବ । ଆଜି ବିଜେଡ଼ି, ବିଜେପି ବିକଳ୍ପ ଶୂନ୍ୟ, ବିଚାର ଶୂନ୍ୟ ସହ ଅବିଶ୍ୱାସନିୟତାର ସଙ୍କଟ ଯୁବ ପିଢିଙ୍କ ଠାରେ ସୃଷ୍ଟି କରିଛନ୍ତି ଏବଂ ସବୁ ରାଜନୈତିକ ଦଳ ସମାଧାନର ବାଟ ନ ଦେଖାଇସମସ୍ୟାର ପାହାଡ଼ ହୋଇଛିଡ଼ା ହୋଇଛନ୍ତି । ଏଭଳିସ୍ଥିତିରେ ଏହି ସାମୁହିକ ମଂଚ ଆଗାମୀ ନିର୍ବାଚନରେ ଭୂମିକା ସ୍ପଷ୍ଟ କରି ଦୀର୍ଘକାଳୀନ ରଣନୀତି ଗଣ ମାଧ୍ୟମରେ ରଖିଛନ୍ତି । ଯାହା ଆସନ୍ତା ୨୩ ମାର୍ଚ୍ଚଭୁବନେଶ୍ୱର, ଲୋହିଆ ଏକାଡ଼େମୀ ଠାରେ ସଂକଳ୍ପ ସଭା କରି ରାଜ୍ୟବ୍ୟାପୀ ସଂକଳ୍ପ ଯାତ୍ରା ଦ୍ୱାରା ଯୁବ ପିଢି ଓ ମହିଳାଶକ୍ତିଙ୍କୁ ଏକତ୍ରକରି ଆନ୍ଦୋଳନ କରିବ ।ଶିକ୍ଷା-ରୋଜଗାର ଅଧିକାର ଅଭିଯାନ ଆସନ୍ତା ଦିଗରେ ରାଉଣ୍ଡଟକ୍, ଟେବୁଲଟକ୍, ଘରେଘରେ ଦସ୍ତକ ଦେଇ ବିଭିନ୍ନ ହଷ୍ଟେଲ, କଲେଜ, ପାର୍କଛକରେ, ହାଟବାଟରେ ଯୁବପିଢି ଓ ବୁଦ୍ଧିଜୀବିଙ୍କ ସହ ସିଧାସଳଖ ଆଲୋଚନା କରି ଆଗାମୀ ଦିନରେ ନିର୍ବାଚନ ଜନ ସଂକଳ୍ପ ପତ୍ର ଜାରି କରିବ । ବିଜେଡ଼ି, ବିଜେପି ପୂର୍ବ ନିର୍ବାଚନର ପ୍ରତିଶ୍ରୃତି ଏବେ ପର୍ଯ୍ୟନ୍ତ ପୂରଣ ନ କରି କିଭଳି ପ୍ରାକୃତିକ ସମ୍ବଳକୁ କିଛି ପୁଞ୍ଜିପତିଙ୍କୁ ଶାଗମାଛ ଦରରେଟେକି ଦେଉଛନ୍ତି, ସେଇଥିପାଇଁ ଆଗାମୀ ନିର୍ବାଚନରେ କୌଣସି ପାର୍ଟି ପ୍ରାର୍ଥି ଛଡ଼ା ସ୍ୱଚ୍ଛ ପାନୀୟ ଜନପ୍ରତିନିଧିଙ୍କୁ ଭୋଟ ଦେବା ପାଇଁ ଭୋଟ ଦେବା ପାଇଁ ପ୍ରେରିତ କରିବ ବୋଲି ସହରରୁ ଗାଁର ଆବାହକମାନ ଓ ପଟ୍ଟନାୟକ ମତ ରଖିଛନ୍ତି । ସମସ୍ତଙ୍କୁ ସମାନ ଶିକ୍ଷା, ଗୁଣାତ୍ମକଶିକ୍ଷା, ରୋଜଗାରସୃଷ୍ଟି କରିବାରେ ବିଜେପି ଓ ବିଜେଡ଼ିସରକାର ପୂରାପୁରି ବିଫଳ ହୋଇଛି । ରାଷ୍ଟ୍ରୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ତଥ୍ୟରୁ ଜଣାପଡ଼ିଛି ଦେଶର ୨୦୧୭-୨୦୧୮ ବେରୋଜଗାର ଦର ୪୫ ବର୍ଷର ଉଚ୍ଛତାକୁ ଆସି ୬ ପ୍ରତିଶତବୃଦ୍ଧି ପାଇଛି । ପ୍ରତିଦିନ ଯୁବପିଢି ରୋଜଗାର ଅଭାବରୁ ଆତ୍ମହତ୍ୟା ଖବର ଲଗାତାର ଗଣମାଧ୍ୟମରେ ପ୍ରକାଶ ପାଉଛି । ଆଗାମୀ ନିର୍ବାଚନରେ ଯେଉଁ ପ୍ରାର୍ଥିଜାତିବାଦ ବିରୋଧରେ, ସମ୍ପ୍ରଦାୟ ବିରୋଧରେ ଲଢୁଥିବ, ଭ୍ରଷ୍ଟାଚାରୀ କିମ୍ବା ଅତ୍ୟାଚାରୀ ହୋଇନଥିବ ଏଭଳି ନିର୍ଦଳୀୟ ପ୍ରାର୍ଥିକୁ ଆଣିଲେ ଜନ ପ୍ରତିନିଧିମାନେ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ବାଛି ଲୋକତନ୍ତ୍ରକୁ ବଂଚାଇପାରିବେ ବୋଲି ଜନ ଜାଗରଣ ଅଭିଯାନର ଆବାହକ ମଧୁସୂଦନ ସେଠୀ କହିଛନ୍ତି । ଯଦି ସ୍ୱଚ୍ଛସ୍ଥାନୀୟ ଜନ ପ୍ରତିନିଧିକୁ ବାଛିବାର ଜନତାଙ୍କୁ ସୁଯୋଗ ନ ମିଳେ ତାହେଲେ ନୋଟାକୁ ଭୋଟ ଦେଇ ରାଜନୈତିକ ଦଳର ଜନ ବିରୋଧୀ ନୀତିକୁ ସ୍ପଷ୍ଟ ମତ ଦିଅନ୍ତୁ ଓ ସମସ୍ତଙ୍କୁ ନୋଟାରେ ଦେବା ପାଇଁ ପ୍ରେରିତ କରିବା ପାଇଁ ସିଧାସଳଖ ଲୋକଙ୍କ ପାଖକୁ ଯାଇ ସଚେତନ କରିବେ ବୋଲି ମହିଳା ନେତ୍ରୀ ଜ୍ୟୋସ୍ନାରାଣୀ ପ୍ରଧାନ ସ୍ପଷ୍ଟ କରିଛନ୍ତି । ଗତ ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନର ଫଳାଫଳ ନୋଟା ଦ୍ୱାରା ପ୍ରଭାବ ବହୁତ ପଡିଛି ଯାହା ଆମ ସାମ୍ନାରେ ଏକ ଉଦାହରଣ ଅଛି ଯଦି ଯୁବପିଢି ଓ ମହିଳା ଶକ୍ତି ଆଗକୁ ଆସି ସଂଘର୍ଷ କରନ୍ତି ତ ବିକଳ୍ପ ନିଶ୍ଚୟ ଆସିବ ବୋଲି ଶିକ୍ଷା ରୋଜଗାର ଅଧିକାର ଅଭିଯାନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.