OnaKhabar

ଲଜ୍ଜ୍ୟର ସୀମା ଟପିଲେ ତିନି ଭାଇ, ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ଲାଗି ବୃଦ୍ଧା ଦମ୍ପତ୍ତିଙ୍କୁ ହତ୍ୟା କରି ଫିଙ୍ଗିଲେ କୂଅରେ…

0 26

କେନ୍ଦୁଝର: ସାମାନ୍ୟ ସାମାନ୍ୟ କଥା ଲାଗି ଲୋକେ ଏତେ ମାତ୍ରାରେ ହିଂସ୍ର ହୋଇ ପଡୁଛନ୍ତି ଯେ, ତାହାକୁ କଳନା କରିବା କଷ୍ଟକର | ତେବେ ଆଜି ରାଜ୍ୟରେ ଏପରି ଏକ ଘଟଣାର ଫର୍ଦ୍ଦାଫାର୍ଶ ହୋଇଛି ଯାହା ସୂଚେଇ ଦେଉଛି କେତେ ହିଂସ୍ର ପଡିଛି ଏହି ସମାଜ | କିଛି ମାତ୍ରାର ଟଙ୍କା ଓ ଚାଉଳ ବସ୍ତାଏ ପାଇଁ ଦୃର୍ବୁତ୍ତମାନେ ଡବଲ ମର୍ଡର କରିଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଖୁଣ୍ଟକଟା ଗାଁରେ | ଏହି ଘଟଣା ଜାନୁଆରୀ ୧୩ ତାରିଖରେ ହୋଇଥିବାବେଳେ ଏହାର ଆଜି ପର୍ଦ୍ଦାଫାଶ ହୋଇଛି । ବସ୍ତାଏ ଚାଉଳ ଓ ମାତ୍ର ୧୨୦୦ ଟଙ୍କା ପାଇଁ ଦମ୍ପତିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ତିନି ଭାଇ ବୋଲି ଜଣାପଡ଼ିଛି । ଉଲ୍ଲେଖନୀୟ, ଗତ ୧୩ ତାରିଖରେ ଗାଁର ମିଲୁ ନାୟକ ଓ କସ୍ତୁରୀ ପ୍ରଧାନ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ପାଖ ଜଙ୍ଗଲରେ ଥିବା କୂଅରୁ ଉଭୟଙ୍କ ମୃତଦେହ ମିଳିଥିଲା । ପୁଲିସ୍‌ ତଦନ୍ତ ବେଳେ ସଂପୃକ୍ତ ତିନି ଭାଇ ଫେରାର ଥିବା ଜଣାପଡ଼ିଛି । ଗାଁ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଆଜି ୩ ଭାଇଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଦମ୍ପତିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ବୋଲି ପୁଲିସ୍ କହିଛି । ମିଲୁ ଓ କସ୍ତୁରୀ ଜଗୁଆଳି ଭାବେ କାମ କରନ୍ତି । ଜାନୁଆରୀ ୧୩ ତାରିଖରେ ଦରମା ପାଇଥିଲେ । ତିନି ଭାଇ ନିଶାଶକ୍ତ ଅବସ୍ଥାରେ ମିଲୁଙ୍କ ଘରେ ପଶିଥିଲେ ଓ ତାଙ୍କୁ ଧମକଚମକ ଦେଇଥିଲେ । ପରେ ତାଙ୍କ ପାଖରୁ ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ଛଡାଇ ନେଇଥିଲେ | ଏନେଇ କାଳେ ମିଲୁ ଗାଁ ଲୋକଙ୍କୁ କହିବେ, ସେଥିଲାଗି ଉଭୟଙ୍କୁ ହତ୍ୟା କରି କୂଅରେ ପକାଇ ଦେଇଥିଲେ ବୋଲି ସୂଚନା ମିଳିଛି । ତେବେ ସାମାନ୍ୟ ଟିକେ କଥା ଲାଗି ଏପରି ନିରୁପାୟ ଦମ୍ପତ୍ତିକୁ ହତ୍ୟା କରିବା କେତେ ଯର୍ଥାତତା ରହିଛି ତାହାକୁ ନେଇ ସାଧାରଣରେ ନିନ୍ଦା କରାଯାଉଛି |

Leave A Reply

Your email address will not be published.