OnaKhabar

ପ୍ରଧାନଶିକ୍ଷକଙ୍କୁ ବିଇଓଙ୍କ ତାଗିଦ, ମିଳବନି ଆଉ ଛୁଟି

0 13

ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୧୯ ଏବଂ ଛାତ୍ରଛାତ୍ରୀଙ୍କ ହିତ ଲାଗି ରାଜ୍ୟ ସରକାରଙ୍କ ଉଜ୍ୱଳା ଏବଂ ଉତ୍ଥାନ ଯୋଜନାକୁ ଠିକଣା ଭାବେ କାର୍ଯକାରୀ କରାଯିବ । ତେଣୁ ଏହି ସମୟ ମଧ୍ୟରେ କୌଣସି ଶିକ୍ଷକ ମନ ଇଚ୍ଛା ଛୁଟିରେ ରହ ଛୁଟିିରେ ରହି ପାରିବେ ନାହିଁ ବୋଲି ଭୁବନେଶ୍ୱର ମଣ୍ଡଳ ଶିକ୍ଷା ଅଧିକାରୀ ସସ୍ମିତା ମାଳି ସବୁ ପ୍ରଧାନ ଶିକ୍ଷକଙ୍କୁ ତାଗିଦ କରିଛନ୍ତି ।
ଶ୍ରୀମତୀ ମାଳି ଫେବୃଆରୀ ପହିଲାରୁ ସବୁ ପ୍ରଧାନ ଶିକ୍ଷକଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଛେଯ ସାଦାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଲାଣି । ଏହି କାର୍ଯ୍ୟରେ ବହୁ ଶିକ୍ଷକ ନିଯୁକ୍ତ ରହିବେ । ତେଣୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ଯେଭଳି ବ୍ୟାଘତ ନ ଉପୁଜେ ସେଥିପ୍ରତି ଦୃଷ୍ଟିରେ ରଖି କୌଣସି ଶିକ୍ଷକ ଛୁଟିରେ ରହିବେ ନାହିଁ । ଅନ୍ୟପେକ୍ଷରେ ଗଣଶିକ୍ଷା ବିଭାଗ ପକ୍ଷରୁ ଉଜ୍ୱଳ ଓ ଉତ୍ଥାନ ଯୋଜନାକୁ ଠିକଣା ଭାବେ କାଯ୍ୟକାରୀ କରାଯିବା ଦରକାର । ଏଥିପାଇଁ ତାଲିମ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଗୁରୁତ୍ୱପୂଣ୍ଣ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହେଯାଗ ଆବଶ୍ୟକ । ଯଦି କୌଣସି ଗୁରୁତ୍ୱପୂଣ୍ଣ ଘଟଣା ଘଟେ ତେବେ ସମ୍ପୃକ୍ତି ଶିକ୍ଷକ ସରକାରଙ୍କ ଅନୁମତିରେ ଛୁଟିରେ ରହିବେ । ନଚେତ ଚଢଉ ସମୟରେ ଯଦି କେହି ଧରାପଡନ୍ତି ତେବେ ସମ୍ପୃକ୍ତ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ଦାୟୀ ରହିବେ ବୋଲି ଶ୍ରୀମତି ମାଳି କହିଛନ୍ତି ।

https://www.onakhabar.com/teachers-strike-in-pmg-square/

Leave A Reply

Your email address will not be published.