OnaKhabar

ପ୍ରେମ ନାଁରେ କଳଙ୍କ, ପ୍ରେମିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କଲା ଦୃର୍ବୁତ୍ତ ପ୍ରେମିକ

98

ବାଲିଗୁଡା: ପୁଣି ରାଜ୍ୟରେ ଏକ ଦୁଃଖଦ ଘଟଣା ଘଟଥିିବାର ସୂଚନା ମିଳିଛି । ଜଣେ ଯୁବକ ବିବାହ ପ୍ରତିଶୃତି ଦେଇ ଜଣେ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ଆଜି ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିିଯୋଗ ହୋଇଛି । ଏପରି ଲଜ୍ଜ୍ୟଜନକ କାଣ୍ଡ ଘଟିଛି ଜିରିହିନଗର ଗାଁ ପାଖ ଜଙ୍ଗଲରେ । ସୂଚନାନୁଯାୟୀ, ଗତ ଶୁକ୍ରବାରରୁ ଯୁବତୀ ଜଣଙ୍କ ନିଖୋଜ ଥିଲେ । ପରେ ପରିବାର ଲୋକେ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ । ମାତ୍ର ଆଜି ଯୁବତୀଙ୍କର ଶବ ଗାଁ ସ୍ଥିତ ଏକ ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ଅଭଯୋଗ ହେଉଛି । ଏହି ଶବ ମିଳିବା ପରେ ଗ୍ରାମବାସୀଙ୍କ ପ କ୍ଷରୁ ଉତ୍ତେଜନା ଦେଖାଦେଇଛି । ସେପଟେ ହତ୍ୟା ଅଭିଯୋଗରେ ଗାଁର ଜଣେ ଯୁବକଙ୍କୁ ବାନ୍ଦି ଅଟକ ରଖିଛନ୍ତି ଗ୍ରାମବାସୀ । ତେବେ ତାଙ୍କୁ କିଏ ଏବଂ କାହିଁକି ମାରିଲା ତାହା ସ୍ପଷ୍ଟ ହୋଇନଥିଲା ବେଳେ ପ୍ରଶାସନ ପ କ୍ଷରୁ ଏଥିପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉନଥିବା ପରିବାର ସମେତ ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।

https://www.onakhabar.com/death-casue-demand/