OnaKhabar

ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର

0 19

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା କମିଶନ ଜଷ୍ଟିସ ଏମ୍ଏମ୍ ଦାସଙ୍କ କାର୍ଯ୍ୟକାଳକୁ ପୁଣି ୬ ମାସ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି କରିବା ଫଳରେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିବା ସହ ପ୍ରଶ୍ନ ଉଠାଇଛନ୍ତି । ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।
ଧର୍ମେନ୍ଦ୍ର ଟ୍ୱିଟ କରି କହିଛନ୍ତି, ଓଡ଼ିଶାର ଚିଟଫଣ୍ଡ ମହାଦୁର୍ନୀତିର କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ସେମାନଙ୍କର କଷ୍ଟ ଅର୍ଜିତ ଅର୍ଥ ଫେରସ୍ତରେ ବିଳମ୍ବିତ ପ୍ରକ୍ରିୟା ପୁଣି ଆହୁରି ବିଳମ୍ବିତ ହେବା ନେଇ ଚିନ୍ତିତ । ରାଜ୍ୟ ସରକାର ଚିଟଫଣ୍ଡ ମହାଦୁର୍ନୀତିର ତଦନ୍ତ ପାଇଁ ବସାଇଥିବା ଜଷ୍ଟିସ୍ ଏମ୍ଏମ୍ ଦାସ କମିଶନଙ୍କ କାର୍ଯ୍ୟକାଳକୁ ଆହୁରି ୬ ମାସ ବଢାଇ ଦେଇଛନ୍ତି ।
୨୦୧୩ ମସିହାରୁ ରାଜ୍ୟ ସରକାର ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଟଫଣ୍ଡ କ୍ଷତିଗ୍ରସ୍ତମାନଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ କରିବାରେ ପ୍ରତିଶୃତି ଦେଇ ଆସୁଛନ୍ତି ।
କ୍ଷତିଗ୍ରସ୍ତ ମାନଙ୍କୁ ସେମାନଙ୍କର ଜମାରାଶି ଫେରସ୍ତ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ସହ ହତାଶ ଜମା କାରୀମାନଙ୍କୁ ଅର୍ଥ ଫେରିପାଇବାର ଆଶା ସୃଷ୍ଟି କରିବାକୁ ଚେଷ୍ଠା କରିଥିଲେ ମୁଖ୍ୟମନ୍ତ୍ରୀ ।
୨୦୧୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ମିଛ ପ୍ରତିଶୃତି ବୋଲି ପ୍ରମାଣିତ ହୋଇଛି ।
ଜଷ୍ଟିସ ଦାସ କମିଶନଙ୍କ କାର୍ଯ୍ୟକାଳ ଆଉ ୬ ମାସ ଗଡ଼ାଇବା ଆଳରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାରେ ଜାଣିଶୁଣି ବିଳମ୍ବ କରାଯାଉଛି । କଥାରେ ଅଛି ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ । ‘ଜଷ୍ଟିସ୍ ଡ଼ିଲେଡ଼୍ ଜଷ୍ଟିସ୍ ଡ଼ିନାଏଡ଼୍’ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଓ ନେତାମାନଙ୍କ ପୃଷ୍ଠପୋଷକତାରେ ସାଧାରଣ ଗରିବ ଓଡ଼ିଆଙ୍କ ଝାଳବୁହା ଅର୍ଥକୁ ଲୁଟ କରାଯାଇଛି । କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନରୁ ମିଛ କହି ଆସୁଛନ୍ତି । ଏହା ଅଭିଯୋଗ ନୁହେଁ, ଏହା ପ୍ରମାଣିତ କଥା ।
ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ କହିଲେ ଶାସକ ଦଳର ବନ୍ଧୁମାନେ ଏତେ ପ୍ରତିକ୍ରିୟାଶୀଳ କାହିଁକି ହୋଇ ଉଠୁଛନ୍ତି? ମିଛକୁ ମିଛ କୁହାଯିବନି ତ କ’ଣ କହିବା ?
ନବୀନ ନିବାସର ସରୋଜ ସାହୁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ସମ୍ପର୍କ କ’ଣ? ବାରମ୍ବାର ବାରମ୍ବାର ପ୍ରଶ୍ନ ପଚାରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀରବ କାହିଁକି? ଓଡ଼ିଶାବାସୀ ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗୁଛନ୍ତି ।

Leave A Reply

Your email address will not be published.