OnaKhabar

ହାତୀ ଲାଂଜ ଧରିଲେ କୃଷ୍ଣ

0 17

ଭୁବନେଶ୍ୱର: କଂଗ୍ରେସରୁ ବିଦା ହେବା ପରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଶେଷରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି)ରେ ଆଜି ସାମିଲ ହୋଇଛନ୍ତି । ପିଏମଜି ଛକଠାରେ ବିଏସପି ପକ୍ଷରୁ ଆୟୋଜିତ ଏକ ଜନ ସମାବେଶରେ ବିଏସପି ପ୍ରଭାରୀ ଧରମବୀର ସିଂହଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ସାମିଲ ହେବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟନଙ୍କ ବିରୋଧରେ ଆସନ୍ତା ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି । ବିଏସପି ନେତ୍ରୀ ମାୟାବତୀ ଯଦି ତାଙ୍କୁ ଆସନ୍ତା ନର୍ବାଚନରେ ପ୍ରାର୍ଥୀ କରିବାକୁ ରାଜି ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଦେବେ । ଓଡ଼ିଶାରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ହେଉଥିବା ଅପମାନ ଓ ଅବହେଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସିଧା ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଟାର୍ଗେଟ କରିଛନ୍ତି ।

https://www.onakhabar.com/14-dead-in-rush-in-sea-beach/

Leave A Reply

Your email address will not be published.