OnaKhabar

ପୁଣି ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ, ଗିରଫ ହେଲା ଦୃର୍ବୁତ୍ତ

ବାଲିଗୁଡ଼ା: ରାଜ୍ୟରେ ଗୋଟେ ପରେ ଗୋଟେ ଲଜ୍ଜ୍ୟକାଣ୍ଡ ଘଟିଚାଲିଥିବା ଜଣା ପଡିଛି | ତେବେ ପ୍ରଶାସନର କଡା ସର୍ତକ ନଥିବାରୁ ଏପରି ଅଭାବନୀୟ ଘଟଣା ଘଟୁଥିବାର ଜଣା ପଡୁଛି | ତେବେ ଏହି ପରିସ୍ଥିତିରେ ପ୍ରଶାସନର ଖାମଖିଆଲି କାର୍ଯ୍ୟ ଲାଗି ଏପରି ନିନ୍ଦନୀୟ କାଣ୍ଡ ଦିନକୁ ଦିନ ବୃଦ୍ଧି ପାଉଥିବାର ସର୍ବସାଧାରଣରେ ନିନ୍ଦା କରାଯାଉଛି | ତେବେ ଆଜି ପୁଣି ଏକ ଦୁଷ୍କର୍ମ ଘଟଣା ସାମନାରୁ ଆସିଛି କନ୍ଧମାଳ ଜିଲ୍ଲାର କୋଟଗଡ଼ ଅଞ୍ଚଳରେ | ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଗତ ଗୁରୁବାର କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ମାମଲାରେ ପୁଲିସ୍‌ ଅକ୍ଷୟ ବଡ଼ନାୟକ ନାମକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ କୋଟଗଡ଼ ଥାନା ଅଧିକାରୀ ନିରୋଜ କୁମାର ସାମଲ ସୂଚନା ଦେଇଛନ୍ତି । ତେବେ ଏହି ଲଜ୍ଜ୍ଜ୍ୟଜନକ କାଣ୍ଡକୁ ମିଶାଇ କନ୍ଧମାଳ ଜିଲ୍ଲାରେ ୨୦ ଦିନ ମଧ୍ୟରେ ୮ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଯାହାକୁ ଲଜ୍ଜ୍ୟରୁ ଅତି ଲଜ୍ଜ୍ୟକାଣ୍ଡ ବୋଲି ନିନ୍ଦା କରାଯାଉଛି |