OnaKhabar

ଜଙ୍ଗଲୀ ବାରାହା ଆକ୍ରମଣରେ ଶିଶୁ କନ୍ୟାର ଛାଡିଲା ହାତ

37

ଖୋର୍ଦ୍ଧା: ରାଜ୍ୟରେ କିଛି ଦିନ ପୂର୍ବରୁ ବାଘ ଆତଙ୍କ ଦେଖିବା ପରେ ହାତୀ ଆତଙ୍କ ଦେଖାଦେଇଥିଲା | ତେବେ ବର୍ତ୍ତମାନ ବାରାହା ଆତଙ୍କ ଦେଖାଦେଇଛି | ଆଜି ଏରକ ଲୋମହଂସକାରୀ ଘଟଣା ଘଟିଥିବାର ସୂଚନା ମିଳୁଛି | ଜଣେ ଶିଶୁକନ୍ୟା ଖେଳୁଥିବା ବେଳେ ଏକ ବାରାହା ଆସି ଶିଶୁ କନ୍ୟାର ହାତ ଛିଡାଇ ନେଇଥିବାର ସୂଚନା ମିଳିଛି | ଏପରି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ନିକଟରେ | ସୂଚନାନୁଯାୟୀ, ଶିଶୁ କନ୍ୟାଟିର ଡାହାଣ ହାତ ପାପୁଲି ସମ୍ପୂଣ୍ଣ ଛିଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତିର୍ କରାଯାଇଥିବାର ଜଣାପଡିଛି । ଗଞ୍ଜାମ ଜିଲ୍ଲା ପାଟରାପାଲି ଗାଁର ଭିକାରୀ ନାୟକ ପରିବାର ସହିତ ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡ଼ିଆ ଅଞ୍ଚଳରେ ରହିବା ସହିତ ସେଠାରେ ଏକ କ୍ରସରରେ କାର୍ଯ୍ୟ କରିଚଳନ୍ତା ଏହି ପରିବାର । ଆଜି ସକାଳେ ଉଭୟ ମାଆବାପା କ୍ରସରରେ କାମ କରୁଥିବା ବେଳେ ନିକଟରେ ତାଙ୍କ ଦେଢ଼ ବର୍ଷର ଶିଶୁ କନ୍ୟା ଖେଳୁଥିଲା । ଏହି ସମୟରେ ପାହଡ଼ ଆଡ଼ୁ ଏକ ଜଙ୍ଗଲି ବାର୍‌ହା ବାହାରି ଆସି ଶିଶୁ କନ୍ୟାଟିକୁ ଆକ୍ରମଣ କରିଥିଲା । ତେବେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାକୁ ଅଧିକା ଚିକିତ୍ସା ସହ ସରକାର ଫକ୍ଷରୁ ସାହାର୍ଯ୍ୟ ମିଳିବା ଲାଗି ପରିବାର ପକ୍ଷରୁ ଅନୁରୋଧ କରୁଥିବାର ଦେଖିବାକୁ ମିଳୁଛି |