OnaKhabar

ପୁଣି ଚର୍ଚ୍ଚାରେ ମଲ୍ଲାଇକା, ଫଟୋ ହେଲା ଭାଇରାଲ

66

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ କୁଇନ ମଲ୍ଲାଇକା ଆରୋରା । ତେବେ ଏଥରେ ସେ ତାଙ୍କ ପ୍ରଫେସନାଲ କାରଣରୁ ନୁହେଁ କି ନିଜ ଲଭଲାଇପକୁ ନେଇ ନୁହେଁ । ଏଥର ସେ ତାଙ୍କ ପୁଅ ଓ ଭଉଣୀ ଲାଗି ଚର୍ଚ୍ଚାକୁ ଆସିଛନ୍ତି । ମଲ୍ଲାଇକା ତାଙ୍କ ପୁଅର କିଛି ଫଟୋ ବର୍ତ୍ତମାନ ସେଶାଲ ସାଇଡରେ ଜୋରସୋରରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳୁଛିି । ତେବେ ତାଙ୍କର ଏହି ଫଟୋ ତାଙ୍କ ସାନ ଭଉଣୀ ଅମୃତା ଅରୋରାଙ୍କ ଜନ୍ମଦିନର ବୋଲି ଜଣାପଡିଛି । ଅତ୍ମତା ଅରୋରା ତାଙ୍କର ୩୧ ଜାନୁଆରିରେ ସେଲିବ୍ରେସନ କରିଥିଲେ । ତାଙ୍କ ଜନ୍ମଦିନରେ ମଲ୍ଲାଇକା ତାଙ୍କ ପୁଅ ସହ ଅରହାନ ଖାନଙ୍କ ସହ ଯାଇଥିଲେ । ଯାହାର କି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅମୃତା ନିଜ ସ୍ୱାମୀ ଶକିଲ ଲଦାକ ଏବଂ ତାଙ୍କ ବାପାମାଆଙ୍କ ସହ ମଧ୍ୟ ଫଟୋ ଉଠାଇଥିବାର ଦେଖିବାକୁ ମିଳିଥିଲେ । ମେଟିଲିକ ସିଲଭର ରଙ୍ଗର ଗ୍ରାଉନ ପିନ୍ଧି ଥିବା ବେଳେ ହଲକା ମେକଅପ ନେଇ ଅମୃତା ଖୁବ ସୁନ୍ଦର ଲାଗୁଥିଲେ ।ସେପଟେ ମଲ୍ଲାଇକା ମଧ୍ୟ ଏକ ଗ୍ରାଉନ ପିନ୍ଧିବା ସହ ଏକ ଷ୍ଟାଇଲିଶ ଧଳା ଜ୍ୟାକେଟ ପିନ୍ଧିଥିଲେ । ଏଥିସହ ସେ ଗାଢା ରଙ୍ଗର ଲିପଷ୍ଟିକ ଲଗାଇ ଚୁଟି ଖୋଲା ରଖି ଖୁବ ସୁନ୍ଦର ଲାଗୁଥିଲେ । ତେବେ ମାଆ ଏତେ ଗ୍ଲାମର ଲାଗୁଥିବା ବେଳେ ଆରହନ କିନ୍ତୁ ପୂରା ସାଧାରଣ ଡ୍ରେସଅପରେ ଥିଲେ । ଗୋଟିଏ ପାଉଁଶିଆ ରଙ୍ଗର ଟିସାର୍ଟ ସହ କଳା ରଙ୍ଗର ଜିନ୍ସ ପିନ୍ଧି ହ୍ୟାଡସମ ଲାଗୁଥିଲେ ।
ସେପଟେ ବର୍ଥ ଡେ ଗର୍ଲଙ୍କ ସହ ବଲିଉଡର ପ୍ରସିଦ୍ଧ କୋରିଅଗ୍ରାଫର ତଥା ନିର୍ଦ୍ଦେଶିକା ଫରାହନ ଅଖତର ମଧ୍ୟ ନଜର ଆସିଥିଲେ । କହିରଖୁଛି ଯେ, ଅମୃତା ୨୦ଟରେ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଥିବା ବେଳେ ସେ ବର୍ତ୍ତମାନ ଫିଲ୍ମ ଜଗତ ଠାରୁ ଦୂରରେ ରହିଛନ୍ତି ।