OnaKhabar

ବିବାହ ପୂର୍ବରୁ ମାଆ ହେଲେ ଏକତା କପୁର, ପଢନ୍ତୁ ପୂରା ଖବର…

70

ମୁମ୍ବାଇ: ବଲିଉଡରେ ପ୍ରତ୍ୟେକ ଦିନ କିଛି ନା କିଛି ଗସିପ ଶୁଣିବାକୁ ମିଳିଥାଏ | ତେବେ କେତବେଳେ କେଉଁ ହିରୋଇନ କେଉଁ ହିରୋଙ୍କ ସହ ସମ୍ପର୍କ ରଖୁଛି ତ କିଏ କେତେବେଳେ ଅଲଗା ହୋଇ ଆଉ କାହା ସହ ପ୍ୟାଚଅପ ରଖୁଛନ୍ତି | ତେବେ ଏମାନଙ୍କ ଗସିପକୁ ପଛରେ ପକାଇ ଦେଇଛନ୍ତି ଟେଲିଭିଜନ୍‌ କୁଇନ୍ ତଥା ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ଏକତା କପୁର | ସେ ତାଙ୍କ ଶୋକୁ ନେଇ ଯେତେକି ଚର୍ଚ୍ଚାରେ ରୁହନ୍ତି ତାହା ଠାରୁ ଅଧିକା ଚର୍ଚ୍ଚାକୁ ଆସିଛନ୍ତି ଯେ ସେ ମା’ ହୋଇ ଯାଇଛନ୍ତି । ଆଜ୍ଞା ହଂ ସେ ଗୋଟିଏ ଶିଶୁ ପୁତ୍ରର ମାଆ ହୋଇଥିବା ଜଣା ପଡିଛି | ଏହି ଖୁସିରେ ତାଙ୍କ ଗୋଡ଼ ଏବେ ତଳେ ଲାଗୁନଥିବାର ଜଣା ପଡିଛି । ଏହି ଖୁସି ଶୁଣିବା ପରେ ଏକତାଙ୍କୁ ସିନେ ଓ ଟେଲି ଦୁନିଆରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ କଥାଟା ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ। କାରଣ ସେ ବର୍ତ୍ତ୍ମାନ ପର୍ଯ୍ୟନ୍ତ ବିବାହ କରିନଥିବା ବେଳେ ହଠାତ୍‌ ମାଆ କିପରି ହେଲେ | ବାସ୍ତବରେ ଏକତା କପୁର ନିଜ ଭାଇ ତୁଷାର କପୁରଙ୍କ ଭଳି ସରୋଗେସି ଜରିଆରେ ଏକ ପୁତ୍ର ସନ୍ତାନର ମା’ ହୋଇଥିବାର ଜଣାପଡିଛି । ସରୋଗେସି ଜରିଆରେ ଗତ ଜାନୁଆରୀ ୨୭ ତାରିଖରେ ସେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଶିଶୁର ସ୍ୱାଗତ ପାଇଁ ସମ୍ପୂର୍ଣ୍ଣ କପୁର ପରିବାର ଜୋର୍‌ସୋର୍‌ରେ ଲାଗି ପଡ଼ିଥିବାର ଜଣାପଡିଛି । ଏକତା ମାଆ ହେବା ପରେ ତାଙ୍କ ଟ୍ୱିଟରରେ ଜଣାଇଛନ୍ତି ଯେ, ‘୭ ବର୍ଷ ଅପେକ୍ଷା ପରେ ଏହି ସ୍ୱପ୍ନ ତାଙ୍କର ପୂରା ହୋଇଛି । ସର୍ବ ପ୍ରଥମେ ଡାକ୍ତର ନନ୍ଦିତା ପାଲ୍‌ ସେଟ୍‌କର୍‌ଙ୍କୁ ଏଥିପାଇଁ ମୁଁ ଧନ୍ୟବାଦ ଜଣାଉଛି | ତେବେ ତାଙ୍କର ଏତେମାତ୍ରାରେ ଖୁସି ଦେଖି ତାଙ୍କ ପରିବାର ମଧ୍ୟ ଖୁବ ଖୁସିଥିବାର ଦେଖିବାକୁ ମିଳୁଛନ୍ତି |

https://www.onakhabar.com/sunny-leoone-photo-viral-on-air/